Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କବି ସତ୍ୟ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ଏକ ପରିଚିତ ନାଁ । ସେ କବିତା ଓ ଗଳ୍ପ ଲେଖନ୍ତି । ତା ବାଦେ ଅନୁବାଦ କରିବାରେ ମଧ୍ୟ ସିଦ୍ଧହସ୍ତ । ତାଙ୍କ ଲେଖାରେ ଭାଷାର କ୍ଳିଷ୍ଟତା ନାହିଁ । ଅଛି କେବଳ ଭାବ ଭରା ଭାଷା, ଯାହା ପାଠକକୁ ଆକୃଷ୍ଟ କରିଥାଏ । ତାଙ୍କର ପ୍ରତିଟି ଲେଖାରେ ତାଙ୍କ ଜୀବନାନୁଭୂତି ଓ କାବ୍ୟାନୁଭୂତି ପ୍ରତିଫଳିତ ହୋଇଛି । ତାଙ୍କର ଭାବପ୍ରବଣତାକୁ ସେ ତାଙ୍କ କାବ୍ୟର ପ୍ରତିଟି ପଦରେ ଏପରି ଛନ୍ଦି ଦେଇଛନ୍ତି ଯେ ଯେତେ ପଢୁଥିଲେ ବି ପାଠକକୁ ଭାବ ବିଚ୍ୟୁତ କରେନା ।କବି ନିଜ ଜନ୍ମଭୂମି ପରିତ୍ୟାଗ କରି ଆଜି ଆମେରିକାରେ ଅଛନ୍ତି କିନ୍ତୁ ଏ ମାଟିର ମୋହକୁ ସେ ଏଯାଏଁ ଛାଡ଼ିନାହାନ୍ତି । ତାରୁଣ୍ୟ ଓ ଯୁବସୁଲଭ ଉନ୍ମାଦନାରେ ଛଳଛଳ ତାଙ୍କ କବିପଣ । ଓଡ଼ିଆ ସାହିତ୍ୟକୁ ସମୃଦ୍ଧି କରିବା ପାଇଁ ଆଜି ବି ସେ ପ୍ରତିଶ୍ରୁତିବଦ୍ଧ । ତାଙ୍କ ରଚିତ ’ପାଷାଣ ପ୍ରେମ ସଂଗୀତ’, ’ଝର୍କା ଖୋଲା ଥାଉ’, ’କ୍ଷୁଦ୍ର ଗଳ୍ପର ମୃତ୍ୟୁ ଓ ଅନ୍ୟାନ୍ୟ ଗଳ୍ପ’, ’ଆମ ନିଜ ମାଟି ଓ ଅନ୍ୟାନ୍ୟ କବିତା’ ପାଠକ ମନରେ ଯେଉଁ ଭାବ ସୃଷ୍ଟି କରିଛି ସେସବୁକୁ ନେଇ ପ୍ରକାଶିତ ’ସତ୍ୟ ପଟ୍ଟନାୟକଙ୍କ ସାହିତ୍ୟରେ ମାଟି ଓ ଆକାଶ’ ପୁସ୍ତକ । ବାସ୍ତବିକ ବିଦେଶ ଭୂମିପରେ ଆମ ରାଜ୍ୟ ଓ ଦେଶର ଜଣେ ପ୍ରତିନିଧିଶ୍ରେଣୀୟ ବ୍ୟକ୍ତିତ୍ୱ । ହରପ୍ରସାଦ ଦାସ, ରାମଚନ୍ଦ୍ର ବେହେରା, ସଂଘମିତ୍ରା ମିଶ୍ର, ବିଷ୍ଣୁପ୍ରିୟା ଓତା, ଗୌରହରି ଦାସ, ଜ୍ୟୋତ୍ସ୍ନା ଦାସ, ମଣୀନ୍ଦ୍ର କୁମାର ମେହେର, ଭି. ରାଜେନ୍ଦ୍ର ରାଜୁ, ଚୌଧୁରୀ ପ୍ରଦୀପ୍ତ କୁମାର ଦାସ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର କୁମାର ଦାଶ, ଶୁୁକମୁନି ମେହେର, ରଶ୍ମି ଦାସ, ଦେବାଶିଷ ମହାପାତ୍ର, ଚିତ୍ତରଞ୍ଜନ ଚିରଞ୍ଜିତ, ସଂଘମିତ୍ରା ଭଞ୍ଜ, ରମେଶ ପ୍ରସାଦ ମହାନ୍ତି, ସୋନାଲୀ ସାହୁ, ସୁଜ୍ଞାନୀ କୁମାରୀ ସାହୁ, ନିବେଦିତା ପଣ୍ଡା, ହିମାଦ୍ରୀ ତନୟା ମିଶ୍ର, ଦୀପ୍ତିମୟୀ ସାହୁ, ଜ୍ୟୋତି ସାହୁ, ମୋନାଲିସା ପାଣୀ, ଅପରାଜିତା ମହାରଣା, ପୁଷ୍ପିତା ଶୁକ୍ଳ, ଭାରତୀ ମୁଦୁଲି ଓ ଅଶୋକ ପରିଡ଼ା ପ୍ରମୁଖଙ୍କର ପାଠକୀୟ ମତାମତ ସ୍ୱରଚିତ ପୁସ୍ତକରେ ସ୍ଥାନିତ କରାଯାଇଛି ।