Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
In the preface of the book the poet says, 'ହଁ ରାତି ଅସ୍ଥିର କରେ ମୋତେ ଅନିଶ୍ଚିତତା ପାଇଁ । ରାତି ଅଣନିଃଶ୍ୱାସୀ କରେ ଆଶଙ୍କା ଗୁଡ଼ିକ ପାଇଁ । ଏତେବେଳେ ଲାଗେ ରାତି କହିଲେ କେବଳ ଅନ୍ଧାର ଓ ଅନ୍ଧାରକୁ ଅନ୍ଧାର ଛଡ଼ା ଅନ୍ୟ କେଉଁ ନାଆଁ ଦେଇ ହେବନି । କବି ରାଜେନ୍ଦ୍ର କିଶୋର ପଣ୍ଡା କିନ୍ତୁ କହନ୍ତି-- 'ଅନ୍ଧାର କଣ ଯେ.. ନିଡହକ କଳା ଆଲୁଅ/ଯେଉଁଠି ନିଜ ପର ବଡ଼ ସାନ /ପାତର ଅନ୍ତର ନାହିଁ ।’ ଏଇଠି ରାତିର ଉଦାରତା ପୁଣି ଥରେ ଆଦର ପାଏ ।ସମସ୍ତ ଅସାମର୍ଥ୍ୟ, କ୍ଷୋଭ, ପାପବୋଧ,ଅପୂର୍ଣତାର କଷ୍ଟ, ସମସ୍ତ ଉଚ୍ଚାରିତ, ଅନୁଚ୍ଚାରିତ ଶବ୍ଦ ଓ ଖଣ୍ଡିତ କବିତା, ସବୁକିଛି ଅର୍ଥପୂର୍ଣ୍ଣ ମନେହୁଏ ରାତିର ଆଖିରେ ।ଦୁଃଖରୁ ପଳାୟନ କରିବାକୁ ପଡେ ନାହିଁ । ରାତି ସହଚର ହୋଇ ଦୁଃଖମାନଙ୍କ ପାଖେ ପାଖେ ଚାଲେ । ଦୁଃଖକୁ ସୁଖପରି ଭୋଗିବାର ଉପାୟ ବତାଏ । ମୁଁ ଆଉ ପ୍ରାର୍ଥନା କରେନା ’ତମସୋ ମା ଜ୍ୟୋତିର୍ଗମୟ’ । ଏଇ ତମସା ତ କବିତାକୁ କବିତ୍ୱ ଦେବାର ସର୍ବୋତ୍କୃଷ୍ଟ ପଥ । ଜୀବନକୁ ଉପଲବ୍ଧି କରିବାର ବିଶ୍ୱସନୀୟ ମାଧ୍ୟମ । ମୁଁ କ୍ରମଶଃ ବୁଝିଯାଏ ରାତି ସତରେ ଅନେକ ନିଃଶ୍ୱାସ ପ୍ରଶ୍ୱାସର ସମଷ୍ଟି, ଆକାଶ ଓ ପୃଥିବୀର ମେଳଣ ଭୂମି । ରାତିର ନାନାବିଧ ରୂପ ଓ ଭାବରେ ଅନେକ ପ୍ରକାରେ ପ୍ରଭାବିତ ହୋଇଛି ମୋର ଲେଖନୀ । ଏବଂ ମୋର ଅଧିକାଂଶ କବିତାର ଭୂମିଷ୍ଠ ହେବାର ସମୟ ବି ରାତିର ମଧ୍ୟ ପ୍ରହର । ମୋତେ ଲାଗେ ରାତିରେ ହିଁ ମୁଁ ଜନ୍ମନିଏ ଓ ରାତିରେ ମରେ ।ଦିନବେଳ ତ ସଂସାର ପାଇଁ ଅଭିନୟର ବେଳ । ମୋର ଏଇ ଚତୁର୍ଥ କବିତା ସଙ୍କଳନର ନାମ 'ରାତି ଜଗୁଆଳିର ଡାକ’ ।ସେ ଜଣକ ରାତିକୁ ଜଗେ ନା ଅନ୍ଧାରକୁ ମୁଁ ଜାଣେନାହିଁ । ସେ ଜଣକ କିଏ ମୁଁ ଚିହ୍ନିନାହିଁ।।ତାର ବେଶଭୂଷା କେମିତି ମୁଁ ଦେଖିନାହିଁ । କିନ୍ତୁ ତାର ଡାକ ଶୁଭେ ଦୂରରୁ, ପାଖରୁ, ଭିତରୁ ବାହାରୁ । ରାତିକୁ ସତର୍କ କରେ, ରାତିକୁ ଲୋଡ଼େ ସେ । ରାତିକୁ ରାତିର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ଦିଏ ତାର ଡାକ । ଜୀବନ ବି ରାତିଭଳି ସକଳ ବିଡମ୍ବନା ସତ୍ତ୍ୱେ ଜୀବନ ଭଳି ହିଁ ବାସେ, ଆଶ୍ୱସ୍ତ ହୁଏ ରାତି ଜଗୁଆଳିର ଡାକରେ । ଆଶା କରୁଛି ଆଦର ମିଳିବ 'ରାତି ଜଗୁଆଳିର ଡାକ’କୁ ।'