Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ନାଟ୍ୟକାର ପାଣିଗ୍ରାହୀଙ୍କର ନାଟ୍ୟରୀତିକୁ ସାମଗ୍ରିକ ଭାବରେ ଅନୁସରଣ କରି ତାଙ୍କ ନାଟ୍ୟ କଳାର ମହତ୍ତ୍ୱ ପ୍ରତିପାଦନ କରିବା ହେଉଛି ଗବେଷଣାର ଉଦ୍ଦେଶ୍ୟ । ଆଲୋଚନାର ସୁବିଧା ଅନୁଯାୟୀ ନିବନ୍ଧଟିକୁ ୫ଟି ପରିଚ୍ଛେଦର ବିଭକ୍ତ କରାଯାଇଛି । - ପ୍ରଥମ ଅଧ୍ୟାୟରେ ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟଧାରା ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ୱାଧୀନତା ପରବର୍ତ୍ତୀ ସମୟର ନାଟକରେ କେବଳ ମଞ୍ଚସଜ୍ଜାରେ ପରିବର୍ତ୍ତନ ଆସିନାହିଁ ନାଟକର ଭାବକଳ୍ପ ଓ ଆଙ୍ଗିକର ମଧ୍ୟ ବହୁ ପରିବର୍ତ୍ତନ ଆସିଛି । ସେହି ପରିବର୍ତ୍ତନର ସୂଚନା ଏହା ମାଧ୍ୟମରେ ଦିଆଯାଇଛି ।-ଦ୍ୱିତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କର ଜୀବନୀ ଓ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସମୟରେ ପାଣିଗ୍ରାହୀଙ୍କ ଜୀବନୀ, ନାଟ୍ୟକାରିତାର ଉନ୍ମେଷ କାଳ ଓ ବୃତ୍ତିଗତ ଜୀବନ ସଂପର୍କରେ ଆଲୋଚନା କରାଯାଇଛି । -ତୃତୀୟ ଅଧ୍ୟାୟରେ ରମେଶ ପାଣିଗ୍ରାହୀଙ୍କ ନାଟକ ସମ୍ଭାରର ସବିଶେଷ ଆଲୋଚନା କରାଯାଇଛି । ଯେପରି ତାଙ୍କ ନାଟକାବଳୀର କାଳାନୁକ୍ରମିକ ଆଲୋଚନା, ନାଟ୍ୟ ବକ୍ତବ୍ୟରେ ନୂତନତାର ସଞ୍ଚାର, ପ୍ରୟୋଗ ଓ ପରୀକ୍ଷାଧର୍ମୀ ଦୃଷ୍ଟିକୋଣ, ଅଙ୍ଗୀକାରବଦ୍ଧତା, ବିଦ୍ରୋହ ଓ ପ୍ରତିବାଦର ସ୍ୱର ପ୍ରଭୃତିକୁ ବିଶ୍ଳେଷଣର ଅନ୍ତର୍ଭୁକ୍ତ କରାଯାଇଛି । - ଚତୁର୍ଥ ଅଧ୍ୟାୟରେ ଯାତ୍ରା ସାହିତ୍ୟରେ ରମେଶ ପାଣିଗ୍ରାହୀ କିପରି ସଫଳ ଯାତ୍ରାକାର ତାହା ପ୍ରତିପାଦନ କରାଯାଇଛି ।- ଏକାଙ୍କିକାର ସ୍ରଷ୍ଟା ଭାବରେ ରମେଶ ପାଣିଗ୍ରାହୀ କିପରି ଏହା ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ । ଏହି ପର୍ଯ୍ୟାୟରେ ଏକାଙ୍କିକା ସମ୍ଭାରର ଆଲୋଚନା କରିବା ସହିତ ଶୈଳୀ ଓ ବକ୍ତବ୍ୟରେ କିପରି ସେ ପରୀକ୍ଷା ନିରୀକ୍ଷା କରିଛନ୍ତି ସେ ବିଷୟରେ ଆଲୋଚନା କରାଯାଇଛି ।-ଶେଷକୁ ଉପସଂହାରରେ ନାଟ୍ୟକାର ପାଣିଗ୍ରାହୀଙ୍କର ନାଟକ ଯାତ୍ରା, ଏକାଙ୍କିକା ସମ୍ପର୍କରେ ଯାହାସବୁ ବିଶଦ ସମୀକ୍ଷା କରାଯାଇଛି ତାହାର ନିର୍ଯ୍ୟାସ ଗୁଡ଼ିକୁ ଉପସ୍ଥାପନ କରି ତାଙ୍କ ନାଟ୍ୟ ବକ୍ତବ୍ୟ ମଧ୍ୟରେ ଅନ୍ତର୍ନିହିତ ଥିବା ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରାଯାଇଛି ।