Acharya Chaturasena / Kanak Manjari Sahoo
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ରାଜ୍ୟାଭିଷେକ ପୁସ୍ତକଟିରେ ରାମାୟଣର ସେହି ମର୍ମସ୍ପର୍ଶୀ କାହାଣୀକୁ ଦର୍ଶାଯାଇଛି, ଯେଉଁଠି ରାଜା ରାମ ନିଜର ରାଜଧର୍ମ ଏବଂ ପତ୍ନୀ ପ୍ରେମ ମଧ୍ୟରେ ସଂଘର୍ଷ କରୁଛନ୍ତି। ସୀତାଙ୍କର ଅଠର ବର୍ଷର ନିର୍ବାସିତ ଜୀବନ, ଲବ, କୁଶଙ୍କର ନିଜର ପରିଚୟ ଖୋଜିବା ଏବଂ ଶେଷରେ ସୀତାଙ୍କର ଧରିତ୍ରୀରେ ସମାହିତ ହେବା ପରି ହୃଦୟବିଦାରକ ଦୃଶ୍ୟ ଏଥିରେ ବର୍ଣ୍ଣିତ। ପୁସ୍ତକଟିରେ ରାମଙ୍କର ଆତ୍ମ-ଅନୁଶୋଚନା, ଭରତଙ୍କର ଅତୁଳନୀୟ ଭ୍ରାତୃ ପ୍ରେମ ଏବଂ ମାତା କୌଶଲ୍ୟା ଏବଂ ରାଜା ଜନକଙ୍କର ପୁତ୍ର-କନ୍ୟାଙ୍କ ପ୍ରତି ଥିବା ବ୍ୟାକୁଳତାକୁ ଖୁବ୍ ନିଖୁଣ ଭାବରେ ଉପସ୍ଥାପନା କରାଯାଇଛି। ବିଶେଷ ଭାବେ ରାମ ଓ ସୀତାଙ୍କର ପୁନର୍ମିଳନ ଏବଂ ପରେ ଚିର ବିଚ୍ଛେଦର ବର୍ଣ୍ଣନା ପାଠକଙ୍କ ହୃଦୟକୁ ସ୍ପର୍ଶ କରିବ। ହିନ୍ଦୀ ସାହିତ୍ୟର ପ୍ରସିଦ୍ଧ ଲେଖକ ଆଚାର୍ଯ୍ୟ ଚତୁରସେନଙ୍କର ଏହି ମହାନ କୃତିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ଦ୍ୱାରା ଓଡ଼ିଶାର ପାଠକମାନେ ବିଶେଷ ଭାବେ ଆଜିର ଯୁବପିଢ଼ି ରାମାୟଣର ଏହି ଭିନ୍ନ ଏବଂ ମନସ୍ତାତ୍ୱିକ ଦିଗକୁ ଅତି ସହଜରେ ବୁଝିପାରିବେ। ପୁସ୍ତକର ଶେଷ ଭାଗରେ ଥିବା ’ରାମ ଭାଷ୍ୟମ୍’ ସୂର୍ଯ୍ୟବଂଶ ଏବଂ ଚନ୍ଦ୍ରବଂଶର ଏøତିହାସିକ ଓ ବୈଦିକ ପୃଷ୍ଠଭୂମି ଉପରେ ଏକ ନୂତନ ଆଲୋକପାତ କରିଛି। ଶ୍ରୀରାମଙ୍କ ଜୀବନ କେବଳ ଏକ ମହାକାବ୍ୟ ନୁହେଁ, ବରଂ ତ୍ୟାଗ ଓ କର୍ତ୍ତବ୍ୟର ଏକ ଜ୍ୱଳନ୍ତ ଉଦାହରଣ। ’ରାଜ୍ୟାଭିଷେକ’ ହିନ୍ଦୀ ସାହିତ୍ୟର ଏକ ଅନନ୍ୟ ସୃଷ୍ଟି, ଯାହା ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କର ମାନବୀୟ ସମ୍ବେଦନା ଏବଂ ସୀତାଙ୍କର ଅଟଳ ସତୀତ୍ୱକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ଏହି ପୁସ୍ତକଟିର ଓଡ଼ିଆ ଅନୁବାଦ ପ୍ରକାଶ କରିବାର ମୂଳ ଲକ୍ଷ୍ୟ ହେଉଛି ଓଡ଼ିଆ ପାଠକମାନଙ୍କୁ ସେହି ସନାତନ ଭାବଧାରା ସହିତ ପରିଚିତ କରାଇବା, ଯେଉଁଠି ପ୍ରେମ ଅପେକ୍ଷା କର୍ତ୍ତବ୍ୟର ଆସନ ଉଚ୍ଚରେ। ଆଶା, ଏହି ପୁସ୍ତକଟି ପାଠକମାନଙ୍କୁ ଏକ ନୂତନ ଚିନ୍ତାଧାରା ପ୍ରଦାନ କରିବ।