Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆଧୁନିକ ଓଡ଼ିଆ କବିତା ସାହିତ୍ୟରେ ଭାଗ୍ୟଲକ୍ଷ୍ମୀ ପୁହାଣ ଏକ ଉଜ୍ଜ୍ୱଳ ପ୍ରତିଶ୍ରୁତି। ଅଧୁନା ଓଡ଼ିଶା ଭିଜିଲାନ୍ସ ବିଭାଗ ର ଡେପୁଟି ସୁପରିଟେଣ୍ଡଟ ରୂପେ କାର୍ଯ୍ୟରତ । ପୋଲିସ ବିଭାଗର ବ୍ୟସ୍ତ ବହୁଳ କର୍ମ ଜୀବନରେ ରହି ମଧ୍ୟ ସାହିତ୍ୟ ତାଙ୍କର ସ୍ବଭାବଗତ ରୁଚି । କବିତା ଲେଖନର ପ୍ରେରଣାର ପ୍ରବାହ ତାଙ୍କର ବାଲ୍ୟକାଳରୁ । ତାଙ୍କର ଜନ୍ମ ଓଡ଼ିଶା ର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଦାମୋଦରପୁର ଗ୍ରାମ ରେ । ଯାହାର ଗୋଟେ ପଟେ ସ୍ରୋତସ୍ୱନୀ ଚିତ୍ରୋତ୍ପଳା ନଦୀ ଏବଂ ପାଖରେ ମହାନଦୀ। ଚାରିପଟେ ଘେରି ରହିଛି ନଦୀ।ଏହି ଅନନ୍ୟ ପ୍ରାକୃତିକ ଶୋଭାରାଜି କରିଛି ତାଙ୍କର ସୃଜନୀ କୁ ସମୃଦ୍ଧ । ଲେଖିକା ଙ୍କ ହସ୍ତରେ ତାଙ୍କ ପ୍ରତ୍ୟେକଟି ଲେଖା ହୋଇଉଠିଛି ଜୀବନ୍ତ ,ଚଳ ଚଞ୍ଚଳ ଏବଂ ହୃଦୟସ୍ପର୍ଶି।