Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଏହି ’ପରଦେଶୀ’ କବିତା ଗ୍ରନ୍ଥର ଅଧିକାଂଶ କବିତା ବେଦନା ବିଳାସୀ କବି ରୁନୁଙ୍କ ବଳିଷ୍ଠ ଉଚ୍ଚାରଣ। ତାଙ୍କ କବିତାରେ ଅନ୍ତର୍ଗୁଫିତ ପ୍ରେମିଳତା ରହିଛି ସିନା ଶୁଖିଲା ଆଳଂକାରିକ ବକ୍ରତା ନାହିଁ।’ମୋ ହୃଦୟ ଯେମିତି ତୋ ପାଇଁ’ କବିତାଂଶଟି କେତେ ସମର୍ପିତ ଭାବ ଆତ୍ମ ଭାବଉଚ୍ଛ୍ୱାସର ଏମିତି ଆତ୍ମ ନିବେଦନର ପ୍ରବାହ ତାଙ୍କ କବିତାକୁ ମନ୍ତ୍ର ବାକ୍ୟଭଳି ଭାବୋଦ୍ଦୀପକ କରିଛି।ଗଭୀର ଦୁଃଖବୋଧ ଉତ୍ତରଣର ସହଗାମୀ। ଦୁଃଖବୋଧ ହିଁ ଜଣକୁ ସାଧୁ ଅନ୍ତରର ଅଧିକାରୀ କରାଏ। ରୁନୁଙ୍କ କବିପ୍ରାଣ ଏହି ଦୁଃଖବୋଧ ଭିତରେ ସ୍ୱପ୍ନଲୋକକୁ ଯେପରି ଉତ୍ତୀର୍ଣ୍ଣ ହୋଇ ଯାଇଛି।ସଲ୍ଲଜ କିଶୋରୀଟିଏ ପରି ସେ ତମାମ ଜୀବନ ସ୍ୱପ୍ନ ଖୋଜିଛନ୍ତି।ସୁଖର ଲାଳସା ତାଙ୍କ ପ୍ରେମିଳ ଆତ୍ମାକୁ କେବେ କବଳିତ କରିନାହିଁ। ବିପ୍ରଲମ୍ଭକୁ ରୁନୁ ଆଲୋଚିତ କବିତାଗ୍ରନ୍ଥ ’ପରଦେଶୀ’ରେ ସ୍ଥାପନା କରିଛନ୍ତି। ସେପାଇଁ ସେ ବାରବାର ତାଙ୍କ ହୃଦୟରେ ଦୁଃଖର ମଂଜି ପୋତିଛନ୍ତି। ପ୍ରେମର ସ୍ଥାୟିତ୍ୱକୁ ସେ ପ୍ରେମର ଗୌରବ ବୋଲି ମନେ କରିଛନ୍ତି।ରୁନୁଙ୍କ ଉପଲବ୍ଧିରେ ପ୍ରେମ ହେଉଛି ଆୟୁଷ୍ମାନ ଆବେଗର ଗୋଟେ ପ୍ରସାରଣଶୀଳତା। ଦୁନିର୍ବାର ଗୋଟେ ସତସଙ୍ଗର ଲାଳସା।ରୁନୁଙ୍କର ଆତ୍ମ ସ୍ୱୀକାରୋକ୍ତମୂଳକ ଏ ଧାଡ଼ି କେତୋଟି ତାଙ୍କ ’ପରଦେଶୀ’ରୁ।ଯୁଗ ଯୁଗର ନୀରବତା ପରେ ବିଆମେ କେହି କାହାକୁ ପାରିଲେନି ଛାଡ଼ିମୋପରି ପାଗଳୀ ଝିଅକୁ କହ ତତୋ ବିନା ଆଉ କିଏ ପାରିବ ସଜାଡ଼ି?ଗୋଟିଏ କଥାରେ ମାତ୍ର ଏହି ’ପରଦେଶୀ’ କବିତା ଗ୍ରନ୍ଥ ସମ୍ପର୍କରେ କୁହାଯାଇପାରେ ଯେ, ପ୍ରେମ ପରି ଜୀବନର ଗୋଟେ ତାଜାପଣକୁ ଏଠାରେ ସରସ ଶବ୍ଦାବଳୀ ଜରିଆରେ ରସନିବିଡ଼ କରି ଚିତ୍ରଣ କରାଯାଇଛି।’ପରଦେଶୀ’ରେ ବିରହର ଯାତନା ଏତେ ତୀବ୍ର ଯେ ରୁନ୍ଧିରଖା କାନ୍ଦଣାର ସ୍ୱରଟିଏ ଯେପରି ସେଠି ଲାଖିଯାଇଛି। ଅତୀତ ପ୍ରତି ସମ୍ମୋହନ ତାଙ୍କ କାବ୍ୟଚେତନାକୁ ଗୋଟେ ଶୁଦ୍ଧ ଅନ୍ତରୀଣ ସଙ୍ଗୀତିକାରେ ଉଷ୍ମ ଓ ଗତିଶୀଳ କରିନେଇଛି। ଗୋଟେ ଅବାଧ ଓ ଅବିମିଶ୍ର ନିର୍ଜ୍ଜନତାର ମାନଚିତ୍ରଟିଏ ସେଠି ଯେମିତି ଝଲସି ଉଠେ। 6