Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସମ୍ବେଦନାରେ ରତ ରତ ମଣିଷପଣିଆକୁ ଗରମ ତେଲରେ ଯେତେ ଛାଣିଲେ ବି ସେ ଜଳିକି ଯେମିତି ପୋଡା ଅଙ୍ଗାର ହୁଏନି, ମରଣ ବି ସେମିତି ଜୀବନର ସତ୍ତାକୁ ସମ୍ପୂର୍ଣ୍ଣ ନିର୍ବାପିତ କରିପାରେନି । ମୃତ୍ୟୁ ଗୋଟେ ସାମୟିକ ବିଶ୍ରାମସ୍ଥାନ ଭଳି ଅଟକେଇ ଦିଏ ଏକ ମହାର୍ଘ ପର୍ଯ୍ୟଟନକୁ । ତା’ ପରେ ବି ଆତ୍ମା ବୁଲେ, ପ୍ରଦିକ୍ଷଣ କରେ । ମୃତ୍ୟୁର ଆତ୍ମଜୀବନୀ ଉତ୍ତରଣ ହେଇଛନ୍ତି କବିତାର ପ୍ରଥମ ଭାଗରେ । ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ଆତ୍ମାର ଆତ୍ମକଥାରୁ । ମଲା ପରେ କ’ଣ ହୁଏ? ଏ ପ୍ରଶ୍ନ ଅସମାହିତ ଥିଲା ଆଉ ରହିବ ମଧ୍ୟ । କିନ୍ତୁ କଳ୍ପନାର ପାଟ ଗହୀର ତା’ ବୋଲି କ’ଣ ବୀଜବପନରୁ ବଂଚିତ ହୋଇ ପଡିଆ ପଡିବ ? ଶରୀର ପରିତ୍ୟାଗ ପରେ ଆତ୍ମାର ବି ତ ସ୍ୱାଧୀନତା ଅଛି ନା । ଇହ ଲୋକର ଜଞ୍ଜାଳ ଭିତରେ ବାନ୍ଧି ହୋଇ ସେ ଧଳା-କଳା, ଇହୁଦୀ-ମୁସଲମାନ, ବ୍ରାହ୍ମଣ-କ୍ଷତ୍ରୀୟ, ପୁରୁଷ-ନାରୀ, ତାମିଲ-ଫରାସୀ, ଭାରତୀୟ-ମାର୍କିନ୍ ଇତ୍ୟାଦି କେତେ କେତେ ପରିଚୟ ନେଇ ବଞ୍ଚୁଥିଲା । ପ୍ରତିଟି ପରିଚୟ ଗୋଟେ ଗୋଟେ ବିଭାଜନକାରୀ । ତେବେ, ମୃତ୍ୟୁ ପରେବି କ’ଣ ଆତ୍ମା ଇଏ ପରିଚୟର ସଂକୀର୍ଣ୍ଣତାକୁ ବୋଝ ପରି ବୋହୁଥିବ? କବିତାର ଦ୍ୱିତୀୟ ଭାଗ ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଖୋଜିବାକୁ ଉପତ୍ୟକାରୁ ଉପତ୍ୟକା ବିଚରଣ କରିଛି । ନାନା ଜୀବନ୍ତ, ଜଡ ଉପାଦାନଙ୍କୁ ଭେଟିଛି । ହୁଏତ ବାସ୍ତବ ଉତ୍ତରରେ ପହଞ୍ଚିଛି କି ପହଞ୍ଚିନି ସେକଥା ପାଠକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ନିର୍ଭରଶୀଳ, କିନ୍ତୁ ଏତିକି ଥୟ ଯେ ଆତ୍ମା ସହ ପାଠକ ମାନେ ମଧ୍ୟ ଏକ ଅତି ଭୌତିକ ପର୍ଯ୍ୟଟନରେ ସାମିଲ ହେବେ । ଏବଂ ଆଶା ଯେ ଆତ୍ମା ସହ ଏଇ ପରିଭ୍ରମଣ ସାଂପ୍ରତ୍ତିକ ଜୀବନର ଅବଶୋଷ, ଜଞ୍ଜାଳ, ଯନ୍ତ୍ରଣା ମାନଙ୍କୁ ମଧ୍ୟ ଅନେକ ପରିମାଣରେ ଆପଣଙ୍କ ମାନସିକ ବୋଝରୁ ଓଲ୍ହାଇ ଆପଣଙ୍କୁ ହାଲୁକା ଓ ସତେଜ ଅନୁଭବ କରିବାରେ ସହାୟକ ହେବ । ଆତ୍ମନ୍ ଓ ବ୍ରହ୍ମ ଏକ ହେଇପାରେ କିମ୍ବା ଅଲଗା ହେଇପାରେ, ମଣିଷ କିନ୍ତୁ ସ୍ୱଇଚ୍ଛାରେ ସ୍ୱାଧୀନତା ସହ ବଞ୍ଚୁ ଓ ସମ୍ବେଦନଶୀଳତାର ପୁଷ୍କରଣୀରେ ସବୁବେଳେ ଶରୀର ପ୍ରକ୍ଷାଳନ କରୁ , ମୃତ୍ୟୁ ଓ ଆତ୍ମା; ଉଭୟଙ୍କର ଏତିକି କାମ୍ୟ । --ଅମ୍ରିତ୍