Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ପ୍ରଥମ ଓଡ଼ିଆ ଉପନ୍ୟାସ ’ପଦ୍ମମାଳୀ’ର ବିଭିନ୍ନ ସଂସ୍କରଣ ଭୂମିକାରେ ଔପନ୍ୟାସିକ ଉମେଶଚଂନ୍ଦ୍ର ସରକାର ଜଣେ ପଥ-ପ୍ରଦର୍ଶକର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟରେ ପ୍ରକୃତ ଗଦ୍ୟ କାହାଣୀର ଅଭାବ ଓ ଏ ଦିଗରେ ପଦକ୍ଷେପ ଏକ ’ଅଭିଯାନ’ ରୂପେ ଆଖ୍ୟାୟିତ। ଓଡ଼ିଶାର ଇତିହାସ କାଳ୍ପନିକ ଗଦ୍ୟ କାହାଣୀର ଆକାର ବୋଲି ସେ ପ୍ରଥମ ସଂସ୍କରଣ ଭୂମିକାରେ କହିଛନ୍ତି। ସଂପୃକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣ ଭୂମିକାରେ ଐତିହାସିକ ରୋମାନ୍ସର କାହାଣୀ ଓ ଇତିହାସ ଭିତରେ ଥିବା ସମ୍ପର୍କ ପ୍ରସଂଗ ଉତ୍ଥାପିତ। ଇତିହାସ କେତେକ ଘଟଣାର ସମଷ୍ଟି। ଐତିହାସିକ ଉପନ୍ୟାସରେ ଏହି ଘଟଣା ଯଥାଯଥ ଉପସ୍ଥାପନ ଏକାନ୍ତ କାମ୍ୟ- ଏଥିନେଇ ଉମେଶଚନ୍ଦ୍ରଙ୍କ ମତାମତ ସ୍ପଷ୍ଟ ଓ ଦୃଢ଼। ଔପନ୍ୟାସିକଙ୍କର କର୍ତ୍ତବ୍ୟ ହେଲା ଇତିହାସର ବ୍ୟତିକ୍ରମ ନକରି ବା ଘଟଣାର ଐତିହାସିକ ଯଥାଯଥତା ଓ ପରିପୂର୍ଣ୍ଣତାକୁ ଖଣ୍ଡିତ ନ କରି ପାଠକଙ୍କୁ ଆନନ୍ଦ ଦେବା। ଘଟଣାର ଯଥାଯଥତା ଉପରେ ଏହି ଗୁରୁତ୍ୱ ଆରୋପ ହେତୁ ’ପଦ୍ମମାଳୀ’ ହୋଇଛି ଉମେଶଚନ୍ଦ୍ରଙ୍କ ଦୃଷ୍ଟିରେ ଓଡ଼ିଆ ସାହିତ୍ୟର ଏକମାତ୍ର ଐତିହାସିକ ରୋମାନ୍ସ। ’ପଦ୍ମମାଳୀ’ର ଭୂମିକା ଦୁଇଟି - ଉପନ୍ୟାସ ଶିଳ୍ପ ପ୍ରତି ଲେଖକଙ୍କର ଦୃଷ୍ଟିଭଙ୍ଗୀର ଦୁଇଟି ଦିଗ ସମ୍ପର୍କରେ ସଚେତନ କରେ। ସମକାଳର ଅନ୍ୟାନ୍ୟ ଲେଖକଙ୍କ ଭଳି ଓଡ଼ିଆ ସାହିତ୍ୟସେବାକୁ ସେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି। ଐତିହାସିକ-ଉପନ୍ୟାସ ବାସ୍ତବ ଐତିହାସିକ ଘଟଣା ସହ କାଳ୍ପନିକ କାହାଣୀ ବା ଘଟଣାର ଯୌଗିକ ମିଶ୍ରଣ। ଓଡ଼ିଶା ଇତିହାସ ସମ୍ପର୍କରେ ତାଙ୍କର ଔତ୍ସୁକ୍ୟ ଅଧିକ ଆଲୋଚନାର ଅପେକ୍ଷା ରଖେ। ତାଙ୍କର ଏହି ଔତ୍ସୁକ୍ୟ, ସମକାଳର ପ୍ରବୃତ୍ତି ଅନୁସରଣ କରି, ମୁଖ୍ୟତଃ ଦେଶପ୍ରେମ-ସଂଜାତ। ତା’ସହ ଇତିହାସକୁ ସେ ଦେଖିଛନ୍ତି ବହୁ ସାହିତ୍ୟିକ ସମ୍ଭାବନାର ଗନ୍ତାଘର ରୂପେ। ତାଙ୍କର ଆଲୋଚିତ ଉପନ୍ୟାସରେ ଗୃହୀତ ହୋଇଥିବା ଘଟଣାଗୁଡ଼ିକର ବିଶ୍ଳେଷଣରୁ ଜଣାଯାଏ ଯେ ଇତିହାସ ତାଙ୍କ ଦୃଷ୍ଟିରେ ନାଟକୀୟ ଗୁଣ ସମ୍ପନ୍ନ- ଦୁଇଟି ରାଜ୍ୟ ମଧ୍ୟରେ ସଂଘର୍ଷ, ମନ୍ତ୍ରଣା ଇତ୍ୟାଦି ଏହାର ଉପାଦାନ।