Santosh Tripathy / Smrutirekha Mishra
Librería Desdémona
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଭାଷା ମାଧ୍ୟମରେ ଆମେ ନିଜର ମନର ଅନ୍ତର ଚିନ୍ତାକୁ ଗଢ଼ିଥାଉ ଓ ଭାବକୁ ଅନ୍ୟ ନିକଟରେ ପ୍ରକାଶ କରିଥାଉ । ବକ୍ତା ଓ ଶ୍ରୋତା ପରସ୍ପର ମଧ୍ୟରେ ଭାବବିନିମୟ କରିବା ନିମିତ୍ତ ଖୋଜିଥାନ୍ତି କିଛି ଶବ୍ଦ ଏବଂ ଶବ୍ଦଗୁଡ଼ିକ ଶୃଙ୍ଖଳିତ ଭାବରେ ସଜ୍ଜିତ ହୋଇ ଭାବପ୍ରକାଶ କରିବାରେ ସହାୟକ ହୋଇଥାନ୍ତି । କହିବାକୁ ଗଲେ ପ୍ରତ୍ୟେକ ଜାତି ତା’ର ନିଜର ’ମାତୃଭାଷା’ରେ ଭାବପ୍ରକାଶ କରିବାରେ ଯେତିକି ସହଜ ଅନୁଭବ କରିଥାନ୍ତି ସେତିକି କଷ୍ଟ ବି ଅନୁଭବ କରିଥାନ୍ତି ନିଜର ମାତୃଭାଷାକୁ ବୁଝିବାରେ ଏବଂ ବୁଝାଇବାରେ । କିନ୍ତୁ ଶବ୍ଦକୁ ନେଇ ଖେଳିବାର ଦୁଃସାହସ, ପଦକୁ ବ୍ୟବଚ୍ଛେଦକରି ତା’ର କ୍ଷୁଦ୍ରାତିକ୍ଷୁଦ୍ର ସତ୍ତାକୁ ବିଶ୍ଳେଷଣ କରିବାର ଦୁର୍ବାର ଆଗ୍ରହ ହେତୁ 'ଓଡ଼ିଆ ବିଶେଷ୍ୟ' ନାମକ ଏହି ପୁସ୍ତକଟି ପରିଯୋଜିତ ହୋଇଛି ।