Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଓଡ଼ିଆ ସାହିତ୍ୟରେ ବୈଜ୍ଞାନିକ ଉପନ୍ୟାସର ସୃଷ୍ଟି ସ୍ୱାଧୀନତାର ପରବର୍ତ୍ତୀ କାଳରେ ଯାହାର ଅଗ୍ରଦୂତ ହୋଇଛନ୍ତି ଡକ୍ଟର ଗୋକୁଳାନନ୍ଦ ମହାପାତ୍ର । ସେ ହେଉଛନ୍ତି ପ୍ରଥମ ସ୍ରଷ୍ଟା । ତାଙ୍କ ଦ୍ୱାରା ରଚିତ ପ୍ରଥମ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସ 'ପୃଥିବୀ ବାହାରେ ମଣିଷ' ୧୯୫୨ ମସିହାରେ ପ୍ରକାଶିିତ । ଔପନ୍ୟାସିକ ଗୋକୁଳାନନ୍ଦ ମହାପାତ୍ର ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଂଶସନୀୟ । ଗୋକୁଳାନନ୍ଦ ମହାପାତ୍ରଙ୍କ ପରେ ଏ କ୍ଷେତ୍ରରେ ଯୋଗଦେଲେ ଡଃ. ନୃସିଂହଚରଣ ପଣ୍ଡା, ଡଃ. ଦେବକାନ୍ତ ମିଶ୍ର, ଡଃ. ଅମୂଲ୍ୟ କୃଷ୍ଣ ମିଶ୍ର, ଡଃ. ପ୍ରତିଭା ରାୟ, ଡଃ. ଜ୍ୟୋର୍ତିମୟୀ ମହାନ୍ତି, ଡଃ. ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଔପନ୍ୟାସିକ ଏବଂ ଔପନ୍ୟାସିକାଗଣ । ଓଡ଼ିଆ ସାହିତ୍ୟରେ ସଂଖ୍ୟା ଦୃଷ୍ଟିରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକର ରଚନା ସ୍ୱଳ୍ପ ହେଲେ ମଧ୍ୟ ଏଗୁଡ଼ିକର ଆବେଦନ ଖୁବ୍ ବଳିଷ୍ଠ । ଏକବିଂଶ ଶତାବ୍ଦୀର ମନୁଷ୍ୟ ବୈଜ୍ଞାନିକ ଉପନ୍ୟାସ ଜରିଆରେ ଭବିଷ୍ୟତ କଥକ, ନୂତନ ତଥ୍ୟ, ନିଜର ଭବିଷ୍ୟତ ସଂପର୍କରେ ଜାଣିବା ପାଇଁ ଏହି ବୌଦ୍ଧିକ କାର୍ଯ୍ୟକୁ ଉଚିତ୍ ମନେକରିଛି ଏବଂ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ସହିତ ତାଳ ଦେଇ ପ୍ରକାଶନର ପରିପାଟୀକୁ ମଧ୍ୟ ଅତ୍ୟଧିକ ପ୍ରାଣବନ୍ତ କରିବାରେ ସଫଳ ହୋଇପାରିଛି । ତେଣୁ ବିଜ୍ଞାନକୁ ଆଧାର କରି ଯେଉଁ ଉପନ୍ୟାସ ଗୁଡ଼ିକ ରଚିତ ତାକୁ ଅଧ୍ୟୟନ କଲେ ମନରେ ଆସେ ଅଜସ୍ର ଜିଜ୍ଞାସା । ଯାହାକୁ ଭିତ୍ତିକରି ଉକ୍ତ ପୁସ୍ତକର ପ୍ରବନ୍ଧଗୁଡ଼ିକ ସମାବିଷ୍ଟ । ନିଃସନ୍ଦେହରେ କୁହାଯାଇପାରେ ଯେ ଏଯାବତ୍ ଓଡ଼ିଆ ବୈଜ୍ଞାନିକ ଉପନ୍ୟାସକୁ ନେଇ ବିଶେଷ ସମାଲୋଚନା ପୁସ୍ତକ ପ୍ରକାଶ ପାଇନାହିଁ । ତେଣୁ ଏହି ପୁସ୍ତକରେ ସାତୋଟି ଅଧ୍ୟାୟରେ ବୈଜ୍ଞାନିକ ଉପନ୍ୟାସ ଗୁଡ଼ିକର ଅନୁଶୀଳନାତ୍ମକ ବ୍ୟାଖ୍ୟା କରାଯାଇ ତାର ଅନ୍ତନିର୍ହିତ ଉପାଦାନ ସବୁକୁ ଲୋକଲୋଚନକୁ ଅଣାଯାଇଛି ।