Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
'ନିର୍ବାଚିତ କବିତା’ ସଂକଳନର କବି ସଂସାର ଓ ସନ୍ନ୍ୟାସ ଉଭୟ ଦିଗକୁ ଚାହିଁଥିବା ସଂଶୟୀ ସାଧାରଣ ମଣିଷ, ଯାହା ଭିତରେ କ୍ରୋଧ ଯେତିକି ପ୍ରେମ ବି ସେତିକି। କୋକେଇ ଉପରୁ ସଂସାର ଦର୍ଶନ କରୁଥିବା ସେ ବୈରାଗୀ ମଣିଷ, ପୁଣି ଦାରୁ ଭିତରେ ବ୍ରହ୍ମର ଆସ୍ଥା ରଖୁଥିବା ବିରଳ ବିଶ୍ୱକର୍ମା। ସିଏ ପୁଣି ନିଜକୁ ବାଘ ଖାଇଯିବା ଜରିଆରେ ସତ୍ୟର ପ୍ରତିଷ୍ଠା କରାଇଥିବା ବିଜ୍ଞାନୀ ଗାଈଆଳ କିଶୋର। ସିଏ ଅନାସକ୍ତ ଅନ୍ତରୀପ ପୁଣି ସ୍ପର୍ଶକାତର ଗଧ କାନ୍ଧେଇଥିବା ବାଟୋଇ। ତାଙ୍କ ଭିତରେ ଅନେକ ଅନୁଭବ, ଅନୁରଣନ, ଆଲୋଡ଼ନ। ସେ ଦେବତାର ଘର ଭାଙ୍ଗି ସାଧାରଣ ମଣିଷର ସୁଖସୁବିଧା ଯୋଗାଇଦେବାକୁ ଉଦ୍ୟତ ସର୍ବୋଦୟ କର୍ମୀ, ସାମ୍ୟବାଦୀ ପୁଣି ଲୋକନାଥ ପୋଖରୀର ମେହେନତୀ କୂର୍ମ। ସିଏ କୋଇଲି, ସିଏ କାଳିଦାସ।