Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
’ନିରବ ସ୍ୱର’ ପୁସ୍ତକରେ ସମାଜରେ ଘଟିଯାଉଥିବା ପ୍ରତିଟି ନୀରବ ସ୍ୱରକୁ ସେ ତାଙ୍କ କବିତାରେ ସ୍ଥାନ ଦେଇଛନ୍ତି । ଯେପରି କି ବାପାର ସେହି ନିରବ ସଂଘର୍ଷକୁ କବି ଏଭଳି ଭାବେ ସ୍ଥାନ ଦେଇଛନ୍ତି ଯେ କେହି ପଢ଼ିଲେ ତା ଆଖିରୁ ଲୋତକ ବୋହିଯିବ । ’ବେଶ୍ୟା’ ଏବଂ ’ଶବର ଦାମ୍ ଚାରିଲକ୍ଷ’ ଏହି ଶୀର୍ଷକ କବିତାଗୁଡ଼ିକ ମହିଳାଟି ସମାଜରେ କିପରି ନିଜର ଇଛାକୁ ଜଳାଞ୍ଜଳି ଦେଇ ସଭିଙ୍କ ପ୍ରତି ସର୍ବଦା ସମର୍ପିତ ଭାବ ରଖିଥାଏ ଏବଂ କିପରି ସମୟକ୍ରମେ ନିଜକୁ ପରିବର୍ତ୍ତନ କରି ଏକ ନିରବ ନଈଟିଏ ପରି ସୁଖ ସନ୍ଧିତ୍ସାକୁ ଦବାଇ ଦିଏ ନିରବ ସ୍ୱର ମାଧ୍ୟମରେ । ’ନାଁ ତାର ପୁରୁଷ’ଏହି ଶୀର୍ଷକଟି ସତରେ ପଢ଼ିବା କ୍ଷଣି ପୁରୁଷର ଜୀବନରେ ଘଟିଯାଉଥିବା ପ୍ରତିଟି ଛବିକୁ ଦର୍ଶାଇଛନ୍ତି ନିଜର କବିତା ଦ୍ୱାରା । ପୁରୁଷ ପିଲାଟି କିପରି ଜୀବନ ସାରା ଅହରହ ପରିବାର ପାଇଁ ସମର୍ପିତ ଭାବ ହୋଇଛି ଏବଂ କଷ୍ଟକୁ ନ ବଖାଣି କେବଳ ସମାଜ ଆଗରେ ହସିବାର ବାହାନା କରିଛି । ପ୍ରତିଟି କବିତାରେ ଲୁଚି ରହିଛି ଏକ କୋହଭରା ଆବେଗ । ଯାହା କବିତାରେ ପ୍ରକାଶ କରିବା ଅତ୍ୟନ୍ତ କଷ୍ଟ । କିନ୍ତୁ ରାନୀ ଅତି ସହଜରେ ତାହା କରିପାରିଛନ୍ତି; ଏହା ହିଁ ଏହି ପୁସ୍ତକର ବିଶେଷତ୍ୱ ।ଏହି ପୁସ୍ତକରେ ସ୍ଥାନିତ ୫୦ଟି କବିତା ସମସ୍ତ ବର୍ଗର ପାଠକଙ୍କୁ ନିଶ୍ଚୟ ଛୁଇଁବ ।