Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆଧୁନିକ କାଳରେ ପ୍ରାୟତଃ ଆମ ସାହିତ୍ୟରେ ଲିପଷ୍ଟିକ୍ ଲଗେଇ ସ୍କୁଟିରେ ଯାଉଥିବା ବୋହୂଟି ଅପେକ୍ଷା ହାତେ ଓଢ଼ଣା ଦେଇ କବାଟ ଫାଙ୍କେରେ ଠିଆ ହୋଇ ଲୁହ ଛଳଛଳ ଆଖିରେ ବିଦେଶ ଯାଉଥିବା ସ୍ୱାମୀକୁ ପାନଡବାଟିଏ ବଢ଼େଇ ଦେଉଥିବା ବୋହୂଟି ଅଧିକ ମୂଲ୍ୟବୋଧ ସମ୍ପନ୍ନା ପରି ମନେ ହୁଅନ୍ତି । ସମସ୍ତ ଆଧୁନିକ ପରିପାଟୀ ସହିତ ମୂଲ୍ୟବୋଧର ମଧ୍ୟ ସମ୍ପର୍କ ଥାଇପାରେ ବୋଲି ଓଡ଼ିଆ ଗାଳ୍ପିକ ଚିନ୍ତା କରିନାହାନ୍ତି । ଲେଖକୀୟ ଦୃଷ୍ଟିକୋଣରୁ ଉଗ୍ର ଆଧୁନିକା ମାନଙ୍କୁ ଦୂଷିତା ବୋଲି କହିବା ଆମର ଅଭ୍ୟାସ । କାରଣ ଆମେ ପରିବର୍ତ୍ତିତ ମୂଲ୍ୟବୋଧମାନଙ୍କୁ ସ୍ୱୀକାର କରିବା ପାଇଁ ଅସମର୍ଥ ।ପୁରୁଣା ପରି ମନେ ହେଉଥିବା ଏଇ ନୂଆ ଗଳ୍ପଗୁଡ଼ିକର ବିଶେଷତ୍ୱ ହେଲା ଜୀବନର ଜଟିଳ ଓ ବ୍ୟାପକ ଯଥାର୍ଥଗୁଡ଼ିକର ଅଭିବ୍ୟକ୍ତି । ଏଠାରେ ପ୍ରାଞ୍ଜଳ, ପରିବର୍ତ୍ତିତ ପରିବେଶର ଅନୁକରଣରେ ନିଜର ନବ୍ୟ ଦୃଷ୍ଟିକୋଣର ପରିପ୍ରେକ୍ଷୀରେ ଆମ ପରିଚିତ ସମାଜର ଅଭ୍ୟନ୍ତରରେ ଘଟୁଥିବା ଘଟଣା ବର୍ଣ୍ଣିତ ।ଏଇ ନାଟ୍ୟ କାହାଣୀଗୁଡ଼ିକ ଆମ ଦେଶ ସ୍ୱାଧୀନତା ପାଇଛି କି ନାହିଁ ସେ ସମ୍ପର୍କରେ ସନ୍ଦେହ ବ୍ୟକ୍ତ କରନ୍ତି । ଅର୍ଥାତ୍ ମୋହ ଭଙ୍ଗର ପୃଷ୍ଠଭୂମିରେ ଏ ଗୁଡ଼ିକ ରଚିତ । ରାଜନୈତିକ ପଟ୍ଟଭୂମିରେ ମଧ୍ୟ ସେବା, ତ୍ୟାଗ, କରୁଣା, ସତ୍ୟ ଓ ପ୍ରେମ ଆଦି ଗାନ୍ଧୀବାଦୀ ମୂଲ୍ୟବୋଧମାନଙ୍କର ବିଘଟନ ସମ୍ପର୍କରେ ଏହି ଗଳ୍ପଗୁଡ଼ିକ ସଚେତନ । ମଧ୍ୟବର୍ଗୀୟ ନିରାଶା, ହତାଶା ଓ ପୀଡ଼ାଗୁଡ଼ିକୁ ଏଠାରେ ସନ୍ନିବଦ୍ଧ ହୋଇଥିବା କ୍ଷୁଦ୍ର ନାଟକଗୁଡ଼ିକ ପ୍ରତିଫଳନ କରୁଛନ୍ତି । ଏଇ ନାଟକଗୁଡ଼ିକର ଗୋଟିଏ ପ୍ରମୁଖ ଲକ୍ଷଣ ହେଲା ସାଙ୍କେତିକତା ।ପୁରୁଣା ନାଟକମାନଙ୍କରେ ମଧ୍ୟ ସାଂକେତିକତା ଥିଲା । କିନ୍ତୁ ସେଗୁଡ଼ିକ ବୈଚାରିକ ସ୍ତର ପର୍ଯ୍ୟନ୍ତ ସୀମିତ ଥିଲା । ଏଗୁଡ଼ିକରେ ନୈତିକବୋଧର ବିଘଟନର ବିକଳ ଚିତ୍ର ଉପଲବ୍ଧ । ଆଶା କରୁଛି, ଏହା ଜୀବନର ଜଳଛବିମାନଙ୍କ ଠାରୁ ଅଧିକ ସ୍ପଷ୍ଟ ଓ ଅଧିକ ମର୍ମସ୍ପର୍ଶୀ ହେବ । ନାଟକକୁ ମୁଁ ସାମ୍ବାଦିକର ସତ୍ୟ ଠାରୁ ଊର୍ଦ୍ଧ୍ୱରେ ରଖିବାକୁ ଚାହୁଁଛି ।