S.K. Pottekatta / Kanak Manjari Sahoo
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
’ନାଦନ ପ୍ରେମମ୍’ ଲଘୁ ଉପନ୍ୟାସକୁ ମୁଁ ୧୯୪୦ ମସିହାରେ ଲେଖିଥିଲି। ସିନେମାକୁ ଧ୍ୟାନରେ ରଖି ମୁଁ ଉପନ୍ୟାସ ରଚନା କରେନାହିଁ। କିନ୍ତୁ ମୋର ଏହି ପ୍ରଥମ ଉପନ୍ୟାସ ଏହାର ବ୍ୟତିକ୍ରମ। ୧୯୩୯-୪୦ର ପାଖାପାଖି ବୁମ୍ବାଇରେ ଏକ ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ସିନେମା ନିର୍ମାଣ ସମ୍ଭବ ଥିଲା। ମୁଁ ଏହି ଉପନ୍ୟାସ ଏହି ଉଦ୍ଦେଶ୍ୟରେ ରଚନା କରିଥିଲି ଯେ ୟାକୁ ଚଳଚିତ୍ର ଭାବେ ରୂପାୟନ କରିବାକୁ ହେଲେ ବୁମ୍ବାଇର କେତେ ଜଣ ସ୍ୱଚ୍ଛଳ ବନ୍ଧୁଙ୍କ ଠାରୁ ଆର୍ଥିକ ସହାୟତା ମିଳିବ। କିନ୍ତୁ ମୋର ସେଇ ଆଶା ପୂରଣ ହେଲାନାହିଁ, ନା ପ୍ରୋତ୍ସାହନ କୋଉଠୁ ପ୍ରାପ୍ତ ହେଲା। ଯଦିଓ ଏହି ପ୍ରୟାସ ଫଳପ୍ରଦ ହେଲାନି, ତଥାପି ଉପନ୍ୟାସ ଭାବେ ଏହି କୃତି ବହୁତ ଲୋକପ୍ରିୟ ହେଲା। ଏହାର କେତେଗୁଡ଼ିଏ ସଂସ୍କରଣ ମଧ୍ୟ ପ୍ରକାଶ ପାଇଲା। ଉପନ୍ୟାସ କ୍ଷେତ୍ରରେ ଏହା ମୋର ପ୍ରଥମ ପ୍ରୟାସ ଥିଲା। ଗ୍ରାମୀଣ ଜୀବନର ବିଷୟବସ୍ତୁ, ରୋମାଣ୍ଟିକ୍ କଳ୍ପନା ଏବଂ ସାମାଜିକ ଚଳନିର ଆକଳନ ଏହି ଉପନ୍ୟାସରେ ପ୍ରତିଫଳିତ ହୋଇଛି। ଉପନ୍ୟାସ ରଚନା କୌଶଳର ରାସ୍ତାରେ ଅନଭିଜ୍ଞ ହୋଇ ମୁଁ ଏହା ପ୍ରୟାସ କରିଥିଲି, କିନ୍ତୁ ଜଣାନାହିଁ କାହିଁକି ଏହି ଉପନ୍ୟାସଟି ଏତେ ଲୋକପ୍ରିୟ ହୋଇଗଲା। ଲୋକଭାରତୀ ପ୍ରକାଶନ (ଏହ୍ଲାବାଦ) ଯେବେ ମୋତେ କହିଲେ ମୋର ଗୋଟିଏ ଉପନ୍ୟାସର ହିନ୍ଦୀ ଅନୁବାଦ ପ୍ରକାଶ କରିବେ ମୁଁ ’ନାଦନ ପ୍ରେମମ୍’କୁ ହିଁ ବାଛିଲି। ନିଜର ପ୍ରଥମ ସନ୍ତାନକୁ ଅଧିକ ଭଲପାଇବା ସ୍ୱାଭାବିକ କଥା। ଏହି ଉପନ୍ୟାସର ହିନ୍ଦୀ ଅନୁବାଦ ଅତ୍ୟନ୍ତ ଅଳ୍ପ ସମୟ ମଧ୍ୟରେ ଡ.ଆର.ସୁରେନ୍ଦ୍ରନ (ଆରସୁ) କରିଛନ୍ତି। ତାଙ୍କୁ ମୁଁ କୃତଜ୍ଞତା ଜଣାଉଛି। ଏସ୍. କେ. ପୋଟ୍ଟେକ୍କାଟ୍ଟ