Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଏହି ସଂକଳନର ପ୍ରାୟ ଗପ ଲଘୁ ଗଳ୍ପ ଶ୍ରେଣୀଭୁକ୍ତ | ଅଳ୍ପରେ ଅନେକ କଥା କହିବାକୁ ଚେଷ୍ଟା କରିଛି | କିଛି ଦୀର୍ଘ ଗଳ୍ପ ମଧ୍ୟ୍ୟ ରହିଛି | ମୋ କଲେଜ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଏହି ଗପ ଗୁଡିକ ଆଶା କରୁଛି ପାଠକଙ୍କ ହୃଦୟକୁ ଛୁଇଁବ | ସଂକଳନରେ ସ୍ଥାନିତ ଗପଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ | ତନ୍ମଧ୍ୟରୁ କଥା, ନବନିତା, ରାଜଭୂମି, ସାମ୍ନା, ମହୁରୀ, ମୁକୁର, ବନଫୁଲ, ବାତାୟନ,ପ୍ରେମ, ସୀମାନ୍ତ,ବୈଶିଷ୍ଟ୍ୟ, ଶୋଭନା, ସମ୍ବାଦ, ଧରିତ୍ରୀ ସାହିତ୍ୟୟାନ, ସେଇଠୁ ଆରମ୍ଭ, ସୂର୍ଯ୍ୟପ୍ରଭା, ସକାଳ, ସଂଚାର, ସର୍ବସାଧାରଣ, ପ୍ରଗତିବାଦୀ, ନିତିଦିନ ଅନ୍ୟତମ | ଉକ୍ତ ପତ୍ରପତ୍ରିକାର ସମ୍ପାଦକଙ୍କୁ ହୃଦୟର ସହିତ ମୋର ଧନ୍ୟବାଦ ଓ କୃତଜ୍ଞତା | ଗପଟି ପଢି ବହୁ ଦୂରଦୂରାନ୍ତରୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଉଥିବା ମୋର ପ୍ରତ୍ୟେକ ପାଠକ ପାଠିକାଙ୍କୁ ଆନ୍ତରିକ ଧନ୍ୟବାଦ | ମୋ ସୃଜନଶୀଳ ଯାତ୍ରାରେ ଏହା ସର୍ବଦା ମତେ ପ୍ରୋତ୍ସାହିତ କରିବ | ---ସୁଚରିତା ବେହେରା