Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଅନେକ ମୋତେ ପଚାରୁଛନ୍ତି ମୋର ବୟସ ଦୃଷ୍ଟିରୁ ଯେ ଆପଣ ଗୋଟିଏ ଆତ୍ମଜୀବନୀ ଲେଖୁଛନ୍ତି ତ? କେବେ ଲେଖିବେ? ମୁଁ ତା’ର ଠିକଣା ଉତ୍ତର ଦେଇ ପାରେ ନାହିଁ। ନିଜକୁ ନିଊନ କରି ହୁଏ ନାହିଁ, ଯେ ମୋର ବ୍ୟକ୍ତିଗତ ଜୀବନ ଆତ୍ମଜୀବନୀର ଯୋଗ୍ୟ ନୁହେଁ। ଯାହା ହେଉ ଏବେ ଜଣେ ପାଶ୍ଚାତ୍ୟ ଲେଖକ Jorge Louis Borges (୧୮୯୯-୧୯୮୬) ଙ୍କର ଛୋଟ ଲେଖାଟିଏ 'Borges and I' ମୋ ଆଖିରେ ପଡ଼ିଲା, ଏବଂ ମୋତେ ସମଦୁଃଖୀଟିଏ ପାଇଲା ପରି ମନେ ହେଲା। ଏବଂ ସେଇ ମୋତେ ଭାଷା ଯୋଗାଇ ଦେଲେ ମୋର ନ୍ୟୂନତାବୋଧକୁ ମର୍ଯ୍ୟାଦା ଦେବା ପାଇଁ। ଧନ୍ୟବାଦ। ତାଙ୍କରି ଲେଖାର ଓଡ଼ିଆ ରୂପାନ୍ତର, ହେଲେ ମୋ ନିଜକୁ ନେଇ- 'ମୁଁ ଏବଂ କିଶୋରୀଚରଣ।'ତେବେ ଏଇ ସଙ୍କଳନର ଗୋଟିଏ ବିଶେଷତ୍ୱ ହେଉଛି ଏଇ ଯେ ଏଥିରେ ଥିବା ଅଧିକାଂଶ ଲେଖା ଆତ୍ମକଥନ ମୂଳକ। ଗୋଟିଏ ତ ପ୍ରତ୍ୟକ୍ଷ ଭାବରେ ମୋ ଜୀବନର କ୍ରମିକ ଅନୁଭୂତିରେ ରଞ୍ଜିତ-'ମୋ ସମୟ, ମୋ ସାହିତ୍ୟ'। ଏଇ ଲେଖାଟି ୧୯୯୫ରେ ଫ୍ରେଣ୍ଡ୍ସ୍ ପବ୍ଲିସର୍ସଙ୍କ ଦ୍ୱାରା ପ୍ରକାଶିତ 'ଲେଖକର ଦୁଃଖ' ସଙ୍କଳନରେ ସ୍ଥାନିତ ହୋଇଥିଲା। କିନ୍ତୁ ଏଥିରେ ଆତ୍ମଜୀବନୀର ଛାପ ଏତେ ବେଶୀ ଯେ ଏହା ମଧ୍ୟ ଉପରୋକ୍ତ ପ୍ରଶ୍ନକୁ କିଛି ଉତ୍ତର ଯୋଗାଇବ ବୋଲି ମୋର ମନେ ହେଲା। ସେହେତୁ ତା’କୁ ପୁଣି ଥରେ ଏଇ ସଂକଳନକୁ ଆଣିଛି, ଏବଂ ଶୀର୍ଷରେ ରଖିଛି।ଅନ୍ୟ ସମସ୍ତ ଲେଖା ମଧ୍ୟ କେଉଁ ବନ୍ଧୁ କିମ୍ବା ସଭାସମିତିର ’ବନ୍ଧୁଗଣ’ଙ୍କ ପ୍ରତି ମୋର ଆତ୍ମିକ ନିବେଦନ, ଅଥବା କୌଣସି ପତ୍ରପତ୍ରିକାର ପ୍ରବନ୍ଧବିଭାଗରେ ଗୃହୀତ ହେଲେ ମଧ୍ୟ ମୋ ନିଜର ଜୀବନାଭୂତିରୁ ପ୍ରସ୍ତୁତ ଅଭିବ୍ୟକ୍ତିରେ ଭାରୀ। ମୁଁ ତା’ର ଉପଲକ୍ଷ୍ୟ ବିଶେଷର ସଂକ୍ଷିପ୍ତ ସୂଚନା ଦେଇଛି, ପ୍ରତ୍ୟେକ ଲେଖାର ଶେଷରେ, ଯଦିଓ ଉପଲକ୍ଷ୍ୟ ପରିସ୍ଫୁଟ ହୋଇ ଉଠିଛି ଅନେକ ଲେଖାରେ।ଆତ୍ମଜୀବନୀ ଲେଖିବାକୁ ମାଡ଼ିପଡୁଛି ସିନା, ବର୍ଷୀୟାନ୍ ବାପାମଉସାଙ୍କୁ ଯେଉଁ ସ୍ୱାଧୀନତା ଦିଆଯାଏ ଆମ ସମାଜରେ, ତାଙ୍କ ନିଜ ବିଷୟରେ ଏଣୁ ତେଣୁ ଗପିବା ପାଇଁ, ମୁଁ ସେଥିରୁ ବଞ୍ଚିତ ହେବି କାହିଁକି?