Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଚିରଦୁଃଖୀ ଓଡ଼ିଆଙ୍କ ମୁହଁରେ ହସଧାରେ ଆଙ୍କି ଦେବା ନିମନ୍ତେ ଫତୁରାନନ୍ଦୀୟ ହାସ୍ୟବ୍ୟଙ୍ଗ ଶୈଳୀର ଅପୂର୍ବ କଳାକୃତିଟି ହେଉଛି ’ମଙ୍ଗଳବାରିଆ ସାହିତ୍ୟ ସଂସଦ’ (୧୯୬୩) ଗଳ୍ପ ସଂକଳନ । ଏଥିରେ ସନ୍ନିବେଶିତ ୧୯ଗୋଟି ଗଳ୍ପରେ ସମସାମୟିକ ସଭା ସାହିତ୍ୟ, ମନ୍ତ୍ରୀ ସାହିତ୍ୟ, ଅଧିକାରୀ ସାହିତ୍ୟ, ଗବେଷକ ସାହିତ୍ୟ, ଅଧ୍ୟାପକ ସାହିତ୍ୟ, ଯୁବ ସାହିତ୍ୟ, ପତ୍ରିକା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ଫତୁରାନନ୍ଦ ଯେପରି ବିଦ୍ରୂପ କରିଛନ୍ତି, ତାହା ତାଙ୍କ ନିତିବୋଧର ବଳିଷ୍ଠ ଦିଗକୁ ନିର୍ଦ୍ଦେଶ କରେ । ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟ ସଂସଦର ପ୍ରତିଷ୍ଠା ଏକାନ୍ତ ଭାବେ ଅପରିହାର୍ଯ୍ୟ ବୋଲି ଅନୁଭବ କରି ସେ ମଙ୍ଗଳବାରିଆ ସାହିତ୍ୟ ସଂସଦ ପ୍ରତିଷ୍ଠା କରିଛନ୍ତି । ଯେକୌଣସି ପତ୍ରିକା ବାହାର କରିବାର ଝୁଙ୍କ ନେଇ ’ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ସଭ୍ୟଗଣ ଏକ ଭିନ୍ନ ସ୍ୱାଦ ତଥା ଭିନ୍ନ ନାମର ପତ୍ରିକାଟିଏ ବାହାର କରିବାକୁ ଚାହିଁଛନ୍ତି । ଏଥିରେ ସଂସଦୀୟ ମୁଖପତ୍ରଟିର ’ଟୋକେଇ’ ନାମକରଣ କରିଥିବା ବିଷୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଭାବରେ ପ୍ରକାଶ ଲାଭ କରିଛି । ତତ୍କାଳୀନ ସାହିତ୍ୟିକମାନଙ୍କର ଆତ୍ମପ୍ରତିଷ୍ଠା ପାଗଳାମୀ ଏବଂ ଲେଖା ପ୍ରକାଶର ବିଭିନ୍ନ ମାର୍ଗ ପ୍ରତି ଫତୁରାନନ୍ଦଙ୍କ ବ୍ୟଙ୍ଗ ଅତ୍ୟନ୍ତ ହାସ୍ୟାତ୍ମକ । ବ୍ୟାବସାୟିକ ବିଜ୍ଞାପନ, ବିଭିନ୍ନ କବିଭେଦ, ସମାଲୋଚକ, ଓକିଲ, ବକ୍ତା, ଶ୍ରୋତା, ଅଯୋଗ୍ୟମାନଙ୍କର ବୈଚାରିକ ସିଦ୍ଧାନ୍ତ, ରାଜନୀତିକ ଗୋଡ଼ଟଣା ନୀତି, ରାଜନୈତିକ ଷଡ଼ଯନ୍ତ୍ର ନିର୍ବାଚନୀ ଫନ୍ଦିଫିକର, ଶସ୍ତା ସାହିତ୍ୟାଲୋଚନା ଇତ୍ୟାଦି ଭାବଧାରା ଫତୁରାନନ୍ଦଙ୍କ ଗଳ୍ପଗୁଡ଼ିକୁ ପ୍ରଭାବଶାଳୀ କରିଛି । ଫତୁରାନନ୍ଦ ଆଧୁନିକ ଗଳ୍ପଜଗତରେ ଜଣେ ଶକ୍ତିଶାଳୀ କଥାକାର ଥିଲେ । ତାଙ୍କ କଥାପୁସ୍ତକ ’ମଙ୍ଗଳବାରିଆ ସାହିତ୍ୟ ସଂସଦ’ର ଗୁଣାତ୍ମକ ବୈଶିଷ୍ଟ୍ୟ ଗଭୀର, ଆବେଦନ ପ୍ରଭାବଶାଳୀ, ଅଭିନବ କଳାତ୍ମକ ଉପସ୍ଥାପନା ଶୈଳୀ ଇତ୍ୟାଦି ଆଗାମୀ ପାଠକମାନଙ୍କ ନିମନ୍ତେ ବ୍ୟାପକ ଗବେଷଣାର ପରିସର ଯେ ପ୍ରଦାନ କରିବ ଏହା ନିଃସନ୍ଦେହ ।