Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଓଡ଼ିଆ ସାହିତ୍ୟକୁ ବୈଷ୍ଣବ ଚରଣଙ୍କ ଶ୍ରେଷ୍ଠ ଅବଦନା ’ମନେ ମନେ’ ଉପନ୍ୟାସ । ଏହା ୧୯୨୫-୨୬ରେ ରଚିତ ଏବଂ ୧୯୨୭ ମସିହାରେ ମନୋମୋହନ ପ୍ରେସ୍, କଟକରୁ ପ୍ରକାଶିତ । ଉପନ୍ୟାସର ପ୍ରଥମ ଖଣ୍ଡ ’ମେରା ଭାଇରେ’ ୫ଟି ପରିଚ୍ଛେଦ, ଦ୍ୱିତୀୟ ଖଣ୍ଡ ’ଠକ’ରେ ୮ଟି ପରିଚ୍ଛେଦ, ତୃତୀୟ ଖଣ୍ଡ ’ଠକ ଋଣ’ରେ ୬ଟି ପରିଚ୍ଛେଦ ଓ ଚତୁର୍ଥ ଖଣ୍ଡ ’ମନେ ମନେ’ରେ ୬ଟି ପରିଚ୍ଛେଦ ସ୍ଥାନ ପାଇଛି । ଶେଷ ଖଣ୍ଡର ନାମ ଅନୁଯାୟୀ ଏହାର ନାମକରଣ ରଖାଯାଇଛି । ଉପନ୍ୟାସର ଚରିତ୍ରମାନଙ୍କର ମାନସିକ କ୍ରିୟ-ପ୍ରତିକ୍ରିୟାର ଚମତ୍କାର ଉପସ୍ଥାପନା ଏହାକୁ ପ୍ରଥମ ଓଡ଼ିଆ ମନସ୍ତାତ୍ତ୍ୱିକ ଉପନ୍ୟାସର ମର୍ଯ୍ୟାଦା ପ୍ରଦାନ କରିଛି । ଉପନ୍ୟାସର ଚରିତ୍ର ନୀଳୁ, କନକ, ରଙ୍ଗି ଓ ନିଧିବାବୁଙ୍କ ମନର ଦ୍ୱନ୍ଦ୍ୱ ଉପନ୍ୟାସକୁ ପ୍ରଭାବଶାଳୀ କରିଛି ।