Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବିଦ୍ୟୁତଲତା (ରାଉତ)ପଟ୍ଟନାୟକ (୧୯୫୩) ଅବିଭକ୍ତ କଟକ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକଠାରୁ ପ୍ରାୟ ୧୫ କି.ମି. ଦୂରରେ ଅବସ୍ଥିତ ଏକ ଛୋଟିଆ ଗାଁ ସିଙ୍ଗାରପୁରରେ କବିଙ୍କର ଜନ୍ମ। ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଚନ୍ଦନନଗରରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କର ଅଧ୍ୟୟନ ପରେ ସମ୍ବଲପୁର ଲେଡି ଲୁଇସ୍ ହାଇସ୍କୁଲ ନବମ ଶ୍ରେଣୀ ଯାଏ ପାଠ୍ୟକ୍ରମ ଶେଷକରିଥିଲେ। ବାପା କେନ୍ଦ୍ର ସରକାରଙ୍କର ପୋଷ୍ଟ ମାଷ୍ଟର ପଦବୀରେ ଥିବାରୁ କଟକ ବଦଳି ପରେ ରେଭେନ୍ସା ଗାର୍ଲସ ହାଇସ୍କୁଲରୁ ମାଟ୍ରିକ ପାସ୍ ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗ୍ରାଜୁଏସନ୍ ସମାପ୍ତ କରିଥିଲେ। ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମ୍.ଏ. (ଇତିହାସ) ପାଠ୍ୟକ୍ରମରେ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇ ଭୁବନେଶ୍ୱରର ରିଜିଓନାଲ କଲେଜରେ ବି.ଇଡି. ପାଠ୍ୟକ୍ରମ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ କବିତା ’ମଗ୍ନମର୍ମ’ ତାଙ୍କର ସଫଳ ଉଲ୍ଲେଖନୀୟ କୃତି।