Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ସାଧାରଣ ଗୃହିଣୀ ପାଇଁ ’ଲୁଣ’ ଏକ ଦୈନନ୍ଦିନ ଅସଚେତନ ବସ୍ତୁ ତାହା ଜଣେ ଅଭ୍ୟାସ ବଶତଃ ବ୍ୟଞ୍ଜନରେ ଦିଏ! ବ୍ୟଞ୍ଜନ ସ୍ୱାଦିଷ୍ଟ ହୁଏ । କବିତାର ଲୁଣ ଅଭିଧା ଅର୍ଥରେ ଗୋଟିଏ ବସ୍ତୁ ନୁହେଁ, ଏହା ଏକ ପ୍ରତୀକ, ଏକ ଭାବ, ଯହିଁରେ କବିର ଚେତନା ସମୟ, ସ୍ଥାନ, ଅବସ୍ଥା ଓ ଘଟଣାକୁ ଅତିକ୍ରମି ଏମିତି ଏକ ଭାବ ପ୍ରସ୍ତୁତ କରେ, ତାହା କାବ୍ୟରେ ’ବ୍ୟଞ୍ଜନା’ ରୂପେ ପ୍ରକାଶିତ ଓ ବ୍ୟକ୍ତ ।ସଂଘମିତ୍ରାଙ୍କ ’ଲୁଣ ଓ ଅନ୍ୟାନ୍ୟ କବିତା’ ସଂକଳନରେ ସେଇ ଭାବ, ପ୍ରତୀକ ଓ ବ୍ୟଞ୍ଜନାର ଶବ୍ଦରୂପ ଅଭିବ୍ୟକ୍ତ । ଜୀବନର ଅନୁଭବର ଅର୍ଥ ଖୋଜି ବସିଲେ, ତା’ ଭିତରୁ ସୁନ୍ଦର କବିତାଟିଏ ବାହାରେ । ସଂଘମିତ୍ରାଙ୍କ ’ଲୁଣ’ ଇତିହାସ ବର୍ଣ୍ଣିତ ଗାନ୍ଧୀଙ୍କ ଲୁଣର ପ୍ରତୀକଟିଏ । ଏହାର ବ୍ୟାପ୍ତି ଅନୁଭବବେଦ୍ୟ ।