Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଲଣ୍ଡନରେ ଥିବାବେଳେ ଛାତ୍ର, ଶିକ୍ଷକ, ସାଥୀ, ଶୁଭେଚ୍ଛୁ ଅନେକଙ୍କଠାରୁ ଚିଠି ପାଉଥିଲି, 'ଆପଣ ଆଉ ଲେଖନ୍ତୁ, ବିଲାତ କଥା ବେଶୀ କରି ଜଣାନ୍ତୁ'; ସୁଖୀ ହୁଏ । କାମ କରି କରି ଚିଟା ଲାଗିଲେ ଏଠି ସେଠି ବସି ଯା’ ଆଖିକୁ ଦିଶେ, ଯା’ ଅନୁଭୂତିରେ ଆସେ ଲେଖି ଦେଉଥିଲି । କେତେବେଳେ ଗଛ ମୂଳରେ କେତେବେଳେ ପାର୍କ ପଡ଼ିଆରେ, କେବେ ଲାବୋରେଟୋରୀରେ; କେବେ ଅବା ଶନିବାରର ସନ୍ଧ୍ୟା ବିଛଣା ପରେ । ତହିଁରେ ମନ ମେଣ୍ଟିବା ସଙ୍ଗେ ଅବସାଦ ବି ମେଣ୍ଟି ଯାଉଥିଲା । ଯା’ ଅଙ୍ଗେ ଲିଭାଇଛି, ଲେଖିଛି । ଅନୁଭୂତି ସଂପୂର୍ଣ୍ଣ ବ୍ୟକ୍ତିଗତ, ନିଜର । ଏହା ବିଲାତ ଜୀବନର ’ବେଦଗାର’ ନୁହେଁ, ଜଣକର ଅନୁଭୂତି ମାତ୍ର । ବିଲାତ ଛଡ଼ା ଫ୍ରାନ୍ସ ବିଷୟରେ ଏଥିରେ ଦୁଇଚାରି କଥା ମଧ୍ୟ ଅଛି । ଘରକୁ ଫେରି ଅନେକଙ୍କଠୁ ଶୁଣିଲି, 'ଏକାଠି କରି ଦିଅନ୍ତୁ, ପ୍ରଜାତନ୍ତ୍ରରୁ ଆପଣଙ୍କ ଲେଖା ଆମେ ଅନେକଟା ପଢ଼ିଛୁ ।' ଯେତେ ଯିଏ ପ୍ରେରଣା ଦେଇଛନ୍ତି, ସମସ୍ତଙ୍କ ନିକଟରେ ମୁଁ କୃତଜ୍ଞ; ଓଡ଼ିଶାର ସୁପରିଚିତ ଲେଖକ ଶ୍ରୀ ଅନନ୍ତପ୍ରସାଦ ପଣ୍ଡାଙ୍କ ନିକଟରେ ବେଶୀ । ବାରମ୍ବାର ଲେଖିବା ପାଇଁ ସେ ବରାବର ମୋତେ ସସ୍ନେହ ପ୍ରେରଣା ଦେଇଛନ୍ତି । ପ୍ରକାଶ ଓ ପ୍ରଚାର ପାଇଁ ’ପ୍ରଜାତନ୍ତ୍ର’ଙ୍କୁ ଧନ୍ୟବାଦ । ଘରେ ଲେଖାର କପି ନପାଇ ହତାଶ ହେଲି । ମାତ୍ର ଦୁନିଆରେ ସହାୟତାର ଅଭାବ ନାହିଁ ବୋଧହୁଏ । ବିଲାତ ଫେରନ୍ତା ପ୍ରାଣୀତତ୍ତ୍ୱବିତ୍ ଅଧ୍ୟାପକ ବନ୍ଧୁ ଡାକ୍ତର ବସନ୍ତକୁମାର ବେହୁରା ଓ ରେଭେନ୍ସା କଲେଜ ଛାତ୍ର ଶ୍ରୀ ପ୍ରଫୁଲ୍ଲକୁମାର ବେହୁରା ଅଧିକାଂଶ କପି ଯୋଗାଇ ଦେଇ ପାରିଥିଲେ । ତା ଛଡ଼ା ସମସ୍ତ ଲେଖାର ପାଣ୍ଡୁଲିପି କରି ଦେବାରେ ଗଙ୍ଗାଧର ମେହେର କଲେଜର ପ୍ରଥମ ବାର୍ଷିକ କଳା ଛାତ୍ର ଶ୍ରୀ ରମେଶଚନ୍ଦ୍ର ଧଳ ବଡ଼ ସହାୟତା କରିଥିବାରୁ ତାଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଯେଉଁ କେତେକ ଲେଖା ମିଳିବ ନାହିଁ ବୋଲି ମୁଁ ଏକାନ୍ତ ହତାଶ ହୋଇ ପଡ଼ିଥିଲି ତାହା ମୋର ଜଣେ ପୁରାତନ ସମ୍ବଲପୁରୀ ଛାତ୍ର ଶ୍ରୀ ସୀତାରାମ ଦାଶ ଓ ଲଇତା ନିବାସୀ ଅନ୍ୟତମ ବନ୍ଧୁ ଶ୍ରୀ ନନ୍ଦକିଶୋର ପଟେଲ ଯୋଗାଇ ଦେଇଥିବାରୁ ଏ ବହି ଲେଖା ସଂପୂର୍ଣ୍ଣ ହୋଇ ପାରିଛି । ମୁଁ ସେମାନଙ୍କ ନିକଟରେ ଚିରଋଣୀ । -ଲେଖକ