Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବିଖ୍ୟାତ ବଙ୍ଗଳା ଲେଖକ ଶରତଚନ୍ଦ୍ର କହିଥିଲେ, ’ପାଦ ନଥିଲେ ଚାଲି ହୁଏ, କିନ୍ତୁ ହାତ ଥିଲେ ଲେଖି ହୁଏ ନାହିଁ ।’ ଏଠି ଶରତଚନ୍ଦ୍ର ଯେଉଁ ଉଦ୍ଦେଶ୍ୟ ରଖି ’ଲେଖିବା’ ଶଦ୍ଦ ବ୍ୟବହାର କରିଥିଲେ ତାହା ହେଲା ଅର୍ଥପୂର୍ଣ୍ଣ ଲେଖା ଲେଖିବା, ନିଜର ଭାବକୁ ସମର୍ଥ ଢଙ୍ଗରେ ପ୍ରକାଶ କରିବା । ସମର୍ଥ ଲେଖା ପାଇଁ କେବଳ ମେଧା ଯଥେଷ୍ଟ ନୁହେଁ । ବହୁ ଜ୍ଞାନୀ ଓ ମେଧାବୀ ଅଛନ୍ତି ଯେଉଁମାନେ ସରଳ କଥାକୁ ଜଟିଳ କରିପକାଇଥାଆନ୍ତି । ସେହିପରି ସାଧାରଣ ସ୍ତରର ପାଠ ପଢ଼ିଥିବା ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁଢ଼ ରହସ୍ୟକୁ ମଧ୍ୟ ସହଜ ଓ ସରଳ ଭାବରେ ପ୍ରକାଶ କରିପାରନ୍ତି । ଭାବପ୍ରକାଶର ସ୍ୱଚ୍ଛତା ସବୁଠାରୁ ବଡ଼ କଥା । ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ଲିଖିତ ଖଣ୍ଡିଏ ନୋଟିସ ବା ନିର୍ଦ୍ଦେଶନାମା ଯଦି ସଂପୃକ୍ତ ଲୋକଙ୍କ ପାଇଁ ଅବୋଧ୍ୟ, ଦୁର୍ବୋଧ୍ୟ ରହିଯାଏ ତାହାହେଲେ ଲିଖନର ମୂଳ ଉଦ୍ଦେଶ୍ୟ ବ୍ୟର୍ଥ ହେଲା ବୋଲି ବୁଝିବାକୁ ହେବ । ସାହିତ୍ୟ ରଚନା କ୍ଷେତ୍ରରେ ଭିନ୍ନ ଭିନ୍ନ ସର୍ଜନଶୀଳ ଲେଖକ ଲେଖିକାଙ୍କ କେତେକ ବିଶେଷତ୍ୱ ଆମେ ଦେଖିଥାଉ । ଏହା ସତ୍ତ୍ୱେ ସେମାନଙ୍କ ଲେଖାର ଭାବ ପାଠକଙ୍କୁ ଛୁଇଁବା ଆଶା କରାଯାଇଥାଏ । ଅନ୍ୟପକ୍ଷରେ ଦାପ୍ତରିକ ଚିଠିପତ୍ର ପରି ଗଣମାଧ୍ୟମର ଭାଷା ଓ ରଚନାଶୈଳୀ ସର୍ବବୋଧ୍ୟ ଏବଂ ସହଜ ହେବା ବାଞ୍ଛନୀୟ । ଗୋଟିଏ ପଟେ ଲେଖାର ଅର୍ଥକୁ ସମସ୍ତେ ବୁଝିବେ ଓ ଅନ୍ୟପଟେ ଲେଖାଟି ମୌଳିକ ମନେ ହେବ - ଏ ଦୁଇଟି ଭିତରେ ସମନ୍ୱୟ ରକ୍ଷା କରିବାରେ ଅଛି ଲେଖକଙ୍କର ଦକ୍ଷତାର ପରାକାଷ୍ଠା । ଜ୍ୟୋତି ସାହୁ ତାଙ୍କର ଏ ବହିରେ ସେ ଦିଗଗୁଡ଼ିକ ସମ୍ବନ୍ଧରେ ମଧ୍ୟ ଆଲୋଚନା କରିଛନ୍ତି । ଏହାଛଡ଼ା ପୁରୁଣା ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡ଼ିକ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ଉପସ୍ଥାପନ ବହିଟିର ସଂଗ୍ରହଣୀୟ ମୂଲ୍ୟକୁ ବଢ଼ାଇ ପାରିଛି ।