Librería Samer Atenea
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଲବଙ୍ଗର ମୂଳ ହିନ୍ଦି ଲେଖକ ସ୍ୱର୍ଗତ କୁଶବାହା କାନ୍ତ ଏହାକୁ ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଲେଖିଥିଲେ । ସେଥିରେ ସେ ସେତେବେଳର ଅର୍ଥାତ୍ ଦେଶ ସ୍ୱାଧୀନ ହେବାର ଠିକ୍ ପୂର୍ବର ଏବଂ ପରବର୍ତ୍ତୀ କାଳର ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ସୁନ୍ଦର ଭାବରେ ଚିତ୍ରଣ କରିଥିଲେ । ମୋତେ ବହୁତ ଭଲ ଲାଗିଥିଲା, ତେଣୁ ତାକୁ ଓଡ଼ିଆ ଭାଷାରେ ଅନୁବାଦ କରିବାକୁ ମନସ୍ଥ କରିଥିଲି । ଏହି ମୂଳ ପୁସ୍ତକଟି ଲେଖା ହେଲାବେଳେ ସେତେବେଳର ଟଙ୍କା ପଇସା ଆମର ଏବେକାର ଚଳୁଥିବା ଟଙ୍କା ପଇସା ଠାରୁ ଅଲଗା ଥିଲା । ସେତେବେଳେ ଏକ ଟଙ୍କା ଷୋଳ ଅଣା ଏବଂ ଏକ ଅଣା ଚାରି ପଇସା ଥିଲା । ପୁଣି ଏକ ପଇସାର ଅଧାକୁ ଅଧୁଲି କୁହାଯାଉଥିଲା ଏବଂ ପଇସାର ଏକ ତୃତୀୟାଂଶକୁ ପାହୁଲି କୁହାଯାଉଥିଲା । ସେତେବେଳର ବଜାର ଦରଦାମକୁ ନେଇ ଏତିକି କୁହାଯାଇପାରେ ଯେ, ସେତେବେଳେ ସୁନା ଏକଭରି (୧୧.୬୬ ଗ୍ରାମ)ର ମୂଲ୍ୟ ୯୯ ଟଙ୍କା ଥିଲା । ସେହି ପରିପ୍ରେକ୍ଷୀରେ ପାଠକମାନେ ଏହି ବହିଟିକୁ ପଢ଼ିବାକୁ ଅନୁରୋଧ । --- ଚିତ୍ତରଞ୍ଜନ ପଟ୍ଟନାୟକ