Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ନନ୍ଦକିଶୋରଙ୍କ ’କନକଲତା’ ସଂସ୍କାର ସାହିତ୍ୟ। ଯୁଗର ଆବଶ୍ୟକତା, ବୁଦ୍ଧିଜୀବୀର ସ୍ୱପ୍ନ ଏଠି ଏକୀଭୂତ। କଳାରେ ସମୟକ୍ରମେ ’ପ୍ରାଥମିକତା’ଗୁଡ଼ିକ ବଦଳିବଦଳି ଯାଏ। ନବଜାଗରଣକାଳୀନ ଓଡ଼ିଶାରେ ସମାଜର ସାମଗ୍ରିକ ସଂସ୍କାରର ଆବଶ୍ୟକତା ଯେପରି ଥିଲା, ସାହିତ୍ୟ-ସମୃଦ୍ଧି ମଧ୍ୟ ସେହିପରି ଜରୁରୀ ଥିଲା। ’କନକଲତା’ ସେଇ ଦ୍ୱୈତ ପ୍ରୟୋଜନୀୟତାକୁ ପୂରଣ କରିଛି। ଉକ୍ତ ଉପନ୍ୟାସ କେବଳମାତ୍ର ଉପନ୍ୟାସ ନୁହେଁ, ଶିକ୍ଷିତ ଜଣେ ଲେଖକର ନୂଆ ସମାଜଗଠନର ସଂକଳ୍ପ! ଏହି ଉପନ୍ୟାସ ନବ ପ୍ରଭାତର ବୈତାଳିକ, ଅନାୟାସରେ ’ପୁରୁଣା’ର ମୁଖା ଖୋଲିଦେବାର କୁହୁକଦଣ୍ଡ।