Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ପାର୍ଥିବ ଜଗତରେ ଥାଇ ଅପାର୍ଥିବ, ଦୃଶ୍ୟାୟିତ ଜଗତର ଊର୍ଦ୍ଧ୍ୱରେ ଥିବା ଅଦୃଶ୍ୟଲୋକର ରହସ୍ୟାନୁଭୂତିକୁ ଧାରଣ କରିଛି ଏହି ’କଳ୍ପଲୋକର ଛାୟା’ ଗଳ୍ପସଂକଳନଟି । ଏହି ସଂକଳନସ୍ଥ ଊଣେଇଶଗୋଟି ଗଳ୍ପରେ ଦୃଶ୍ୟ ଅଦୃଶ୍ୟ ଅନୁଭବର କଥା ରହିଛି । ଅଲୌକିକ ଶକ୍ତିର ସତ୍ୟତା ନିକଟରେ ଯୁକ୍ତିବାଦୀ ବୁଦ୍ଧି ହାର୍ ମାନିବାର ଅନୁଭବ ରହିଛି ’ଅଲୌକିକ’ ଗଳ୍ପରେ । ଛାୟା ଦର୍ଶନ ଭଳି ଅଦ୍ଭୁତ ବିଦ୍ୟାର କଥା ରହିଛି ’ଛାୟାଦର୍ଶନ’ ଗଳ୍ପରେ । ’ସାକ୍ଷୀ ଠାକୁରାଣୀ’ ଗଳ୍ପରେ ଗାଳ୍ପିକଙ୍କ ସ୍ୱ-ଅନୁଭୂତି ଓ ବିଶ୍ୱାସର କଥା ରହିଛି । ମୋକ୍ଷପ୍ରାପ୍ତି ନିମନ୍ତେ ଆକାଂକ୍ଷିତ ଜଣକ ଜୀବନରେ ତୃତୀୟ ନାରୀର ଉପସ୍ଥିତିର ପ୍ରସଙ୍ଗ ରହିଛି ’ତୃତୀୟନାରୀ’ ଗଳ୍ପରେ । ବନ୍ଧନ ଜାଲରୁ ମୁକ୍ତ ହେବାପାଇଁ ଚେତନାର ସୂକ୍ଷ୍ମଗଳିର ନିର୍ଦ୍ଦେଶ ରହିଛି ’ଶାପମୁକ୍ତି’ ଗଳ୍ପରେ । ଦିବ୍ୟତାକୁ ଧାରଣ କରିବା ନିମନ୍ତେ ନିର୍ଦ୍ଧାରିତ ପୂଜାପଦ୍ଧତି ଅପେକ୍ଷା ଶ୍ରଦ୍ଧା ଏବଂ ପୂର୍ଣ୍ଣବିଶ୍ୱାସର ଆବଶ୍ୟକତା ସମ୍ପର୍କରେ ଉଲ୍ଲେଖ ରହିଛି ’ଆମେଲି’ ଗଳ୍ପରେ । ମୃତ ଓ ଜୀବିତ ଭିତରେ ଥିବା ସମ୍ପର୍କର ସେତୁର ସ୍ଥିତି ସମ୍ପର୍କରେ ଅଦ୍ଭୁତ ଓ ରୋମାଞ୍ଚକାରୀ ବର୍ଣ୍ଣନା ରହିଛି ହଂସପ୍ରହରୀ ଗଳ୍ପରେ । ’ଅନ୍ୟ ଦୃଶ୍ୟ’ ଗଳ୍ପରେ ସ୍ଥୂଳ ଆଖି ଦେଖିପାରୁଥିବା ଦୃଶ୍ୟ ବାହାର ଥିବା ଅଦୃଶ୍ୟ ସତ୍ତାର ବର୍ଣ୍ଣନା ରହିଛି । ଚିତ୍ରରୂପ, ଗଳ୍ପରେ ଦିବ୍ୟ ଅନୁଭବର ଦାର୍ଶନିକ ବର୍ଣ୍ଣନା ରହିଛି । ବିଶ୍ୱାସ - ଅବିଶ୍ୱାସର ଊର୍ଦ୍ଧ୍ୱରେ ଅଦ୍ଭୁତ - ଅପୂର୍ବ ଅନୁଭବର କଥା ରହିଛି ’ଘଟ ଆକାଶ’, ’କଳାପଥରର କଥା’, ’ନକ୍ଷତ୍ରର ଭାଷା’, ’ଯକ୍ଷିଣୀ ରାତି’, ’କାଳ୍ପନିକ ସତ୍ୟ’, ’ଜେଜୀ ମା’, ’ଗନ୍ଧର୍ବ ବୀଣା’, ’ନକ୍ଷତ୍ରର ଭାଷା’, ’ଯକ୍ଷିଣୀ ରାତି’, ’କାଳ୍ପନିକ ସତ୍ୟ’, ’ଜେଜୀ ମା’, ’ଗନ୍ଧର୍ବ ବୀଣା’, ହାତ ପାପୁଲିରେ ପ୍ରଜାପତି, ସୁମଣି ଚଉରା ଏବଂ ’ଚିତ୍ରାଙ୍ଗଦା’ ପ୍ରମୁଖ ଗଳ୍ପରେ । ମହାଶୂନ୍ୟର ପ୍ରହେଳିକା, ଅଦ୍ଭୁତ ଆହ୍ଲାଦ, ସ୍ୱପ୍ନର ଜଗତ, ସ୍ୱପ୍ନାଦେଶ, ସୂକ୍ଷ୍ମସତ୍ତା ସହ ଚେତନାଗତ ସ୍ତରରେ ସମ୍ବନ୍ଧାନ୍ୱିତ ହେବାର ରୋମାଞ୍ଚକାରୀ - ଅଦ୍ଭୁତ କଳ୍ପଲୋକର ବର୍ଣ୍ଣନା ରହିଛି ଗଳ୍ପ ସଂକଳନରେ ।