Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଯୋଗଜନ୍ମା କବୀର ଥିଲେ ଜଣେ ମହାନ ସନ୍ଥ, ମହାନ ତପସ୍ୱୀ। ସେ ତାଙ୍କର ଐଶୀ ଶକ୍ତି ବଳରେ ବିଶ୍ୱବାସୀଙ୍କୁ ଦିବ୍ୟ ଜୀବନର ମାର୍ଗ ପ୍ରଦର୍ଶନ କରାଇଛନ୍ତି। ନିୟତିର ନିଷ୍ଠୁର ନିର୍ଦ୍ଦେଶରେ ୧୫୧୮ ଖ୍ରୀଷ୍ଟାବ୍ଦରେ ଉତ୍ତରପ୍ରଦେଶର ମଘର (ଗଇଏଐଇଜଇ) ଠାରେ, ସେହି କାଳଜୟୀ ଆତ୍ମାର ମହାପ୍ରୟାଣ ଘଟିଥିଲା। ଏ ଦୁନିଆକୁ ଯିଏ ଆସିଥାଏ ତାର ଯିବାଟା ନିଶ୍ଚିତ। ସେ ସାଧୁ ହୁଅନ୍ତୁ କିମ୍ବା ସନ୍ଥ ହୁଅନ୍ତୁ କି ରାଜା କି ରଙ୍କ କି ଫକୀର ଯିଏ ବି ହୁଅନ୍ତୁନା କାହିଁକି ତାଙ୍କର ଯିବାଟା ଧ୍ରୁବସତ୍ୟ। ଏହା ସୃଷ୍ଟିର ମହାଜାଗତିକ ନିୟମ । ମାତ୍ର ଯେଉଁମାନେ ପର ଦୁଃଖ କାତର, ସର୍ବ ଭୂତେ ହିତ ରତ ଥାନ୍ତି ତାଙ୍କୁ ସମସ୍ତେ ଆପଣାର ମନେକରି ତାଙ୍କ ସ୍ମୃତିକୁ ଝୁରି ହୁଅନ୍ତି। ତାଙ୍କ ଜୀବନର ଏତେ ମୂଲ୍ୟ, ସମାଜ ଉପରେ ତାଙ୍କର ଏତେ ପ୍ରଭାବ, ତାଙ୍କ ଉପରେ ଅନେକଙ୍କର ଏତେ ନିର୍ଭରଶୀଳତା ଆଉ ତାଙ୍କ ଦେହାବସାନ ଯେ ସମାଜ ପାଇଁ କେତେ ଅପୂରଣୀୟ କ୍ଷତି ତାହା ବୁଝିବାକୁ ବାକି ନଥାଏ। କବୀର ଏହିଭଳି ସଦଗୁଣ ସମ୍ପନ୍ନ ସନ୍ଥ ଥିଲେ। କିନ୍ତୁ କାଳଚକ୍ରରେ ବନ୍ଧା ଏ ଜୀବନ। ଦଇବ ବଳ ଆଗରେ ସବୁ ବଳ ଅସାର। ସନ୍ଥ କବୀରଙ୍କ ଭଳି ମହାତ୍ମା, ମହାପୁରୁଷ ଜଗତରେ ବିରଳ, ଏହା ଅକାଟ୍ୟ ସତ୍ୟ। ଯଥାର୍ଥରେ ସେଦିନ ଓଡ଼ିଆ କବିଙ୍କ ଲେଖନୀରୁ ନିଃସୃତ ହୋଇଛି:- 'ତୁମ ଦେହ ସିନା ଗ୍ରାସିଛି ଶ୍ମଶାନମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।'ସନ୍ଥ ଚଳନ ଓ ମହାନ ଚିନ୍ତନର ଦିବ୍ୟ ପୁରୁଷ କବୀରଙ୍କୁ କେବଳ ଆମ ଦେଶ ଭାରତ ନୁହେଁ, ସମଗ୍ର ଦୁନିଆ ଆଜି ଖୋଜୁଛି।