Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଜୀବନର ଅନେକ ଗୁଡ଼ିଏ ବାଟ ଅଙ୍କାବଙ୍କା ରାସ୍ତା ଦେଇ ଆସିବା ପରେ ସିଏ ଏବେ ବୁଝି ପାରୁଛନ୍ତି, କେହିବି ମଣିଷ ଯଦିଓ ସ୍ୱୟଂସମ୍ପୂର୍ଣ୍ଣ ନୁହଁ କିନ୍ତୁ ଅନ୍ୟଠାରୁ ତାହା ଆଶା କରେ । ଆଉ ସେଇ ଆଶା ପୂରଣ ପାଇଁ ଅନ୍ୟକୁ ହନ୍ତସନ୍ତ କରେ । ଦୁନିଆରେ ବୋଧେ ସମସ୍ତେ ପ୍ରଭୁତ୍ୱ ବିସ୍ତାର ପାଇଁ ନିଜ ଆତ୍ମାକୁ ମାରି ଅନ୍ୟ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରନ୍ତି । ଆଉ ସେଇ ଅନ୍ୟ ଜଣକ ଶାନ୍ତି, ଶୃଙ୍ଖଳା, ପ୍ରେମ, ସୌହାଦ୍ର୍ଧ୍ୟ ରାକ୍ଷା କରିବାକୁ ଯାଇ ନିଜ ହୃଦୟକୁ ପରାଧିନ କରିଦିଏ ଅବା ମାରିଦିଏ । ଏହା ତା’ର କ’ଣ ଏତେ ବଡ଼ ଦୋଷ?ସୁରଭିଙ୍କୁ ଲାଗୁଥିଲା ସତେ ଯେପରି ସିଏ ଗୋଟେ ଗୋବର ପୋକ । ଅନ୍ୟର ଆଶା ପୂରଣ ପାଇଁ ତାଙ୍କୁ ମରା ଯାଉଛି । ତାହାହେଲେ ସଂସାର ଭିତରେ ତାଙ୍କ ପରି ଆହୁରି ଅନେକ ଗୋବର ପୋକ ତ ନିଶ୍ଚିତ ଥିବେ । ଆଜି ଦିନବେଳେ ଭେଟିଥିବା ସାଙ୍ଗମାନଙ୍କ ଭିତରୁ ମଧ୍ୟ ତାଙ୍କ ପରି ଗୋବରପୋକ ହୁଏତ କିଏ ଥିବେ । ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ, ’ଲିତୁନ୍ ଏଡ଼େ ବକଟେ ପିଲା ହୋଇ କ’ଣ କିଛି ମଣିଷ ଗୋବର ପୋକ ବୋଲି ବେଶ୍ ଚିହ୍ନି ପାରିଛି!’ ଲିତୁନ୍ ମୁହଁ ସୁରଭିଙ୍କ ଆଖି ଆଗରେ ନାଚି ଉଠିଲା । ତା’ ମୁହଁ ଆଉ ସରଳ ନିରୀହ ଦିଶୁ ନଥିଲା । କୋଟି ସୂର୍ଯ୍ୟର ଆଲୋକରେ ଝଲସୁଥିବା ଠାକୁରଙ୍କ ବିଶ୍ୱରୂପ ପରି ଦିଶୁଥିଲା ।The collection has eighteen heart-touching stories.