Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଜୀବନର ସବୁ କାମନା କେବେ ପୁରା ହୁଏନି, ମଣିଷର ସବୁ ସ୍ୱପ୍ନ କେବେ ସତ ହୁଏନି, ସବୁ ପ୍ରେମ ପରିଣୟରେ ସମାପ୍ତ ହୁଏନି । ମନର ଯେତେ ସବୁ ଭାବନା ଟୁକୁଡାଏ କାଗଜରେ ଲେଖିଦେଇ ହୁଏନି । କେତେଯେ କଥା ମନରେ ରହିଯାଏ, ଜୀବନରେ ଏମିତି କେହି ଜଣେ ଆସେନି, ଯାହା ଆଗରେ ମନକଥା ସବୁ ମୁହଁ ଖୋଲି କହିଦେବ । ବହୁତ କିଛି ହୃଦୟ ଭିତରେ କବର ପାଇ ଯାଆନ୍ତି । ତଥାପି ମଣିଷ ବଞ୍ଚିରହେ, ମନରେ ଅସରନ୍ତି କାମନା ନେଇ ଅନେକ ସ୍ୱପ୍ନ ଦେଖେ, ପରିଣାମ କଥା ନଭାବି ପ୍ରେମ କରିବସେ । ଭାବନା ସବୁକୁ କେବେ କାଗଜରେ କବିତା କରି ଲେଖି ଯାଏ, କେବେ ମନର ଅକୁହା କଥା ଗୁଣୁ ଗୁଣୁ କରି ନିଜେ ନିଜକୁ କହିଯାଏ । ହିସାବ ରଖେନା କେତେ ପାଇଲା, କେତେ ଦେଲା ଆଉ କେତେ ବାକି ରହିଗଲା । ବୋଧହୁଏ ଏ ସବୁର ଫେଣ୍ଟାଫେଣ୍ଟି ରଙ୍ଗକୁ ଜୀବନ କହନ୍ତି ।ଜୀବନ ଥିଲା ପର୍ଯ୍ୟନ୍ତ ମଣିଷ ସ୍ୱପ୍ନ ଦେଖେ, ସ୍ୱପ୍ନ କେବେ ପ୍ରେମରେ ପରିଣତ ହୋଇଯାଏ, କେବେ ବିରହ ଆଉ କେବେ ପ୍ରେମରେ ଧୋକା ଦେଇ ସାଥୀ ଚାଲିଯାଏ । ଏକଥା କେବେବି ବୁଝି ହୁଏନି; ସବୁକିଛି ଦେଇଦେବା, ଅବା, ସବୁକିଛି ପାଇଯିବା ପ୍ରେମ, ସବୁକିଛି ଜିତିଯିବା ଅବା, ସବୁକିଛି ହାରିଯିବା ପ୍ରେମ? ମିଳନର ଅଭିଶାରେ, ପ୍ରଣୟୀର ବାହୁବନ୍ଧେ, ସମ୍ଭୋଗ ଶୃଙ୍ଗାରେ ହଜିଯିବା ପ୍ରେମ, ଅବା, ବିଚ୍ଛେଦର ବିପ୍ରଲମ୍ଭେ, ରାଧିକାର ପ୍ରତିକ୍ଷାରେ ପ୍ରେମ ।ବିନୟ ମହାପାତ୍ର