Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବ୍ଲାକ ଇଗଲ ବୁକ୍ସ ପ୍ରଥମ ବହି ପୁରସ୍କାର -୨୦୨୬ଓଡ଼ିଆ ସାହିତ୍ୟର ଅନ୍ୟ ଏକ ରୁଦ୍ଧିମନ୍ତ ଦିଗଟି ହେଲା ପ୍ରବନ୍ଧ । କବିତା ଏବଂ ଗଳ୍ପର ପ୍ରାବଲ୍ୟ ଭିତରେ ଚିନ୍ତାଶୀଳ ଏବଂ ମନନଶୀଳ ବିଷୟବସ୍ତୁଗୁଡ଼ିକ ତୀକ୍ଷ୍ଣ ଆଲୋଚନା କେବଳ ପ୍ରବନ୍ଧ ଭିତରେ ଦେଖିବାକୁ ମିଳେ । କେବଳ ଓଡ଼ିଆ ନୁହେଁ, ପ୍ରାୟତଃ ସବୁ ଭାଷାର ଖବରକାଗଜରେ ନିୟମିତ ସ୍ତମ୍ଭ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ । ରାଜନୀତି, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଇତ୍ୟାଦି ସବୁ ପ୍ରକାର କ୍ଷେତ୍ରରେ ପ୍ରବନ୍ଧ ନିଜର ସ୍ଥିତି ଆଜି ପର୍ଯ୍ୟନ୍ତ ଜାହିର କରିଛି । ଇତିହାସ ସାକ୍ଷୀ ଅଛି ସାମାଜିକ ଅବ୍ୟବସ୍ଥାକୁ ଆଖି ଆଗରେ ରଖି ଲେଖାଯାଉଥିବା ସ୍ତମ୍ଭ, ସରକାରଙ୍କୁ ସମସ୍ୟାର ସମାଧାନ କରିବା ପାଇଁ ବାଧ୍ୟ କରିଛି । ପୁଣି ଅନେକ କ୍ଷେତ୍ରରେ ବିଧି ବ୍ୟବସ୍ଥା ଏପରିକି ଶାସକମାନଙ୍କୁ ପ୍ରଶ୍ନ ପଚାରିବାର ସାହସ ମଧ୍ୟ ରଖୁଛି । ବିଶ୍ୱ ସାହିତ୍ୟ କାହିଁକି, ଓଡ଼ିଆ ସାହିତ୍ୟ ଜଗତ ଅନେକ ମହାଦ୍ରୁମ ସ୍ତମ୍ଭକାର ଏବଂ ପ୍ରାବନ୍ଧିକମାନଙ୍କୁ ନେଇ ପରିପୁଷ୍ଟ । ଏହା ଦୀର୍ଘ ବର୍ଷ ସ୍ତମ୍ଭ ପଠନର ଅନନ୍ୟ ଉପଲବ୍ଧି । 'ଈଶ୍ୱର କାହିଁକି?' କ୍ଷୁଦ୍ର ପ୍ରବନ୍ଧ ସଂକଳନରେ ପ୍ରକାଶିତ ଲେଖା ସମୟ କ୍ରମେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଏବଂ ପାଠକାଦୃତ ମଧ୍ୟ । ପୁସ୍ତକରେ ସ୍ଥାନିତ ସମସ୍ତ ଲେଖା ସବୁ ପ୍ରକାର ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ । ସୂକ୍ଷ୍ମ ଜୀବନ ଦର୍ଶନରୁ ଆରମ୍ଭ କରି ସାମାଜିକ ବ୍ୟବସ୍ଥାର ଲୁକ୍କାୟିତ ରୂପକୁ ଖୁବ୍ ଭିନ୍ନ ଢଙ୍ଗରେ ଦର୍ଶାଯାଇଛି ।