Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଲେଖକ ବିଜୟ ପଟ୍ଟନାୟକଙ୍କର ଆଠଟି କ୍ଷୁଦ୍ର ଗଳ୍ପର ସମାହାର ଏଇ ପୁସ୍ତକଟି- ’ଈଶ୍ୱର ବି ଜୁଆ ଖେଳନ୍ତି’। ବହିଟି ପଢ଼ିବା ବେଳେ ଯେତିକି ଆନନ୍ଦ ଦେଉଛି, ପରେ ମନେପଡ଼ିଲେ ଚରିତ୍ରମାନେ ଜୀବନ୍ତ ହୋଇ ଉଠୁଛନ୍ତି ଓ ସେ ସ୍ମୃତିର ଆନନ୍ଦକୁ ଦ୍ୱିଗୁଣିତ କରୁଚନ୍ତି। ଯେତେବେଳେ ଗଳ୍ପ ବା ଉପନ୍ୟାସ ପଢ଼ିଲା ବେଳେ ପାଠକର ଇଚ୍ଛା ହୁଏ ବହିଟି ନସରନ୍ତା କି? ସେତେବେଳେ ଜାଣିହେବ ପୁସ୍ତକଟିର ସଫଳତା।ଏ ପୁସ୍ତକର ପ୍ରଥମ ଗଳ୍ପ ’ତା ଆଲମାରୀ.....’ ପଢ଼ିଲା ବେଳେ ସେଇମିତି ଇଚ୍ଛା ହେଲା ମୋର। ତେଣୁ ମୁଁ ପ୍ରଥମରୁ ହିଁ ୟାର ସଫଳତା କାମନା କରୁଛି। ଉକ୍ତ ଗଳ୍ପଟିରେ, ସ୍ତ୍ରୀ-ହରା ଏକ ସ୍ୱାମୀର ବେଦନାର ଯଥାର୍ଥ ଚିତ୍ରଣ କରାଯାଇଛି। ଆଲମାରୀ ଖୋଲି ପ୍ରତିଟି ଶାଢ଼ୀ ସହ କଥାବାର୍ତ୍ତା, ଏକ ଅଦ୍ଭୁତ ଅନୁଭବର କଥା କହେ। ଶାଢ଼ୀମାନଙ୍କ ସହିତ ବିତାଇଥିବା ଅମୂଲ୍ୟ ମୁହୂର୍ତ୍ତ ସବୁ ସ୍ମୃତିର ଗହ୍ୱରରୁ ବାହାରି ଆସିଛନ୍ତି। ନାୟକର ଆଖି ଆଗରେ ଭାସିଉଠେ ସେଇ ଅଭୁଲା ମୁହୂର୍ତ୍ତ ସବୁ। ବହି ଯାଇଥିବା ନଈ ଓ ସରି ଯାଇଥିବା ସମୟ ସିନା ହଜି ଯାଏ, ହାତକୁ ଫେରେନି, କିନ୍ତୁ ସ୍ମୃତିତ ମନତଳ ପଥରରେ ଲେଖା.... ସେଠୁ କ’ଣ ହଜି ପାରିବ ? ସେହିପରି କେତୋଟି ମୁହୂର୍ତ୍ତ ଫୁଟି ଉଠିଛନ୍ତି ଏଇ ଗଳ୍ପଟିରେ। ଚମତ୍କାର କହିଲେ ବି କମ୍ ହେବ! ଏ ଗଳ୍ପ ପଢ଼ି ପ୍ରତ୍ୟେକ ନାରୀ ନିଜକୁ ପଚାରିବ- 'ମୁଁ ଏଇ ସବୁ ଗୁଣର ଅଧିକାରିଣୀ ତ? ମୋ ସ୍ୱାମୀଙ୍କୁ ମୁଁ ଏଇ ରୂପରେ ପାଇଚି ତ?' ଗାଳ୍ପିକଙ୍କୁ ଅଶେଷ ଧନ୍ୟବାଦ୍ ବିରହକୁ ଏକ ନୂତନ ରୂପ ଦେଇଥିବାରୁ। ପ୍ରତିଟି ସ୍ତ୍ରୀ ମନରେ ଶିହରଣ ସୃଷ୍ଟି କରିବ ଏହି ଗଳ୍ପଟି।ବହିଟିର ଚାରୋଟି ପ୍ରେମ ଗଳ୍ପ ପାଠକ ପାଇଁ ଅନିର୍ବଚନୀୟ ଆନନ୍ଦ ଆଣି ଦେବ ନିଶ୍ଚିତ। ସମ୍ପୂର୍ଣ୍ଣ ଅଲଗା ଧରଣର ପ୍ରେମ କଥା ଗୁଡିକ ଏ ପୁସ୍ତକଟିକୁ ଅଲଗା ପରିଚୟ ଦେବେ ବୋଲି ମୁଁ ନିଃସନ୍ଦେହ।ଶ୍ରୀମତୀ ନିରୁପମା ଆଚାର୍ଯ୍ୟ୭୮୮, ଶହୀଦ ନଗର,ଭୁବନେଶ୍ୱର-୭୫୧୦୦୭