Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
କାହାଣୀ ଆଉ ଗୀତ ଭିତରର ଦିଆନିଆ ମତେ ଅକ୍ଷୟ ମହାନ୍ତି ଶିଖାଇଥିଲେ । ଆଠ ଲାଇନ୍ ଭିତରେ ଗୋଟିଏ ସମ୍ପୂର୍ଣ୍ଣ ଗପ କହିବାର ଗଣିତ ମଧ୍ୟ ସେ ହିଁ ଶିଖାଇଥିଲେ । ପ୍ରତିଟି ଗୀତ ଯେ କେବଳ ଋତୁ ଅବା ସୌନ୍ଦର୍ଯ୍ୟର ବର୍ଣ୍ଣନା ନୁହେଁ, ତା’ପଛରେ ଥିବା ଗୋଟିଏ ଆହତ ବା ଅଭିଭୁତ ଚରିତ୍ରର ସଂଳାପ, ଆଉ ସେ ସଂଳାପର ନିଷ୍ଠା, କହିବାର ଅଲଗା ଢଙ୍ଗ ଯେ ତାକୁ ଆଧୁନିକ କରେ, ଏକଥା ବି ସେ’ଠୁ ଶିଖିଛି । ସେ ମୋତେ କହୁଥିଲେ ’ଦେବଦାସ, ମୋ ଗୀତ ସବୁକୁ ତାରିଖ ଅନୁସାରେ ସଜେଇ ଦିଅ, ତା ମୋର ଆତ୍ମଜୀବନୀ ହୋଇଯିବ । ମୁଁ ସଙ୍କୋଚ କରି, ତାଙ୍କ ଆଢ଼ୁଆଳରେ, ମୋ ଲେଖା ସବୁକୁ ସେମିତି ସଜେଇ ଦେଖିଲି ଯେ କଥାଟା ମୋ ପାଇଁ ବି ସତ । ସେ ମତେ ଲୋର୍କା, ଗାଲିବ୍, ଆଉ ଡିଲାନ୍ ଟମାସ୍ ପଢ଼ାଇ ବୁଝାଇଥିଲେ ଯେ ଗୀତ ଆଉ କବିତା ଭିତରେ କୌଣସି ଗୁଣଗତ ଫରକ ନାହିଁ । ଆଉ ଗୁଲ୍ଜାର୍ ’ଇଜାଜତ୍’ ଫିଲ୍ମ ପାଇଁ ’ମେରେ କୁଛ୍ ସାମାନ୍’ ଲେଖିବାର ବହୁ ପୂର୍ବରୁ ସେ ମୋଠୁ ଲେଖାଇଥିଲେ ଅଦ୍ଭୁତ ଛନ୍ଦର କେତେ ଗଦ୍ୟ ଗୀତ । ବୋଉର ଭାଷା ଓ ଅକ୍ଷୟ ମହାନ୍ତିଙ୍କ ଢଙ୍ଗର ସମ୍ମିଶ୍ରଣରେ ତିଆରି ହୋଇଥିବା ’ହାତୀ ସଜକର’ ଏକା ସାଙ୍ଗରେ ଗୀତର ବହି, ଆଉ କବିତାର ବହି ବି ।