Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଡକ୍ଟର ବିଦ୍ୟାଧର ରାଉତ କଟକ ଜିଲ୍ଲା, ନିଆଳି ବ୍ଲକ ଅନ୍ତର୍ଗତ ତିହୁଡ଼ି ଗ୍ରାମର ଶ୍ରୀଯୁକ୍ତ ଜଟାଧାରୀ ରାଉତଙ୍କ ସୁପୁତ୍ର ଅଟନ୍ତି। ଡକ୍ଟର ରାଉତ ବର୍ତ୍ତମାନ ଭାରତୀୟ ସ୍ଥଳସେନାରେ (INDIAN ARMY) କାର୍ଯ୍ୟରତ । ପେଷାରେ ଜଣେ ବନ୍ଧୁକଧାରୀ ଓ ନିଶାରେ ଲେଖନୀ ଚାଳନାକାରୀ । ଡକ୍ଟର ରାଉତଙ୍କ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ରହିଛି ଗଭୀର ଆତ୍ମ ସମୀକ୍ଷଣର ଦୃଷ୍ଟିଭଙ୍ଗୀ । ଭାରତରେ ବସବାସ କରୁଥିବା ଜନଜାତିମାନଙ୍କର ଜୀବନଧାରାକୁ ଲୋକଲୋଚନକୁ ଆଣିବାକୁ ଆଦିବାସୀଧାରା ଆଧାରିତ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଅଛି। ଏ ସମସ୍ତ ପ୍ରବନ୍ଧ ପାଠକୀୟ ଦୃଷ୍ଟି ଆକର୍ଷଣ କରିଥିବା ସତ୍ତ୍ୱେ ତାଙ୍କର 'ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଶୈଳୀ' ପୁସ୍ତକଟି ସ୍ଵତନ୍ତ୍ର । ଶୈଳୀ ଏକ ବ୍ୟାପକ ଆୟତନର ବିଷୟଟିଏ । ଏଯାବତ୍ ଶୈଳୀ ସମ୍ପର୍କୀତ ପୁସ୍ତକକୁ ଯଦି ଖୋଜାଯାଏ, ତେବେ ହାତଗଣତି କେଇଖଣ୍ଡ ହେବ । ସେହି ଶୈଳୀକୁ ଆଧାର କରି ଡ. ରାଉତ ଅନେକ ନୂତନ ଶୈଳୀର ମାର୍ଗ ଉନ୍ମୋଚନ କରିଛନ୍ତି । ଏହି ନୂତନ ଶୈଳୀ ଦିଗନ୍ତ ଗବେଷଣାରତ ପାଠକ - ପାଠିକା, ଅଧ୍ୟାପକ - ଅଧ୍ୟାପିକା ଓ ନୂତନ ପିଢ଼ିର ଛାତ୍ର - ଛାତ୍ରୀମାନଙ୍କୁ ନିଶ୍ଚୟ ସହାୟ ହେବ ବୋଲି ଆଶା ଓ ବିଶ୍ବାସ।