Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଆତ୍ମଜୀବନୀକୁ ମିଥ୍ୟା ଓ ଆତ୍ମବଡ଼ିମାର ପଟୁଆର କରିଛନ୍ତି ବହୁତ ଲୋକ। ବର୍ଣ୍ଣାର୍ଡଶ’ ସେମାନଙ୍କ ଭିତରୁ ଏକ ବଡ଼ ନାମ। ଏଲିୟଟ୍ ଓ ଡେରିଡ଼ା ଆତ୍ମଜୀବନୀ ଅସମ୍ଭବ ବୋଲି ମଧ୍ୟ କହନ୍ତି କାରଣ ଜୀବନ ଓ ଜୀବନୀ ଅଲଗା। ଜୀବନ ବଞ୍ôଚବା ବ୍ୟକ୍ତିର ଯଦି କିଛି ଅବଦାନ ଥାଏ ତାହା ଅନ୍ୟମାନେ ଲେଖିବେ। ମୁଁ ଏ ସବୁ ଅଭିମତଠାରୁ ଅଲଗା ମତ ପୋଷଣ କରେ। ଯଦି ଆତ୍ମଜୀବନୀର ଲେଖକ ସତ୍ୟପ୍ରକାଶ କରେ ଏବଂ ତାର ଜୀବନକୁ ପ୍ରକୃତି, ସମାଜ ଓ ବାସ୍ତବ ସହିତ ଯୋଡ଼େ ଏବଂ ତାକୁ ସିଧା ପ୍ରକାଶ କରେ, ସେଥିରେ କିଛି ପାଞ୍ଜି ଅଶୁଦ୍ଧ ହୁଏ ନାହିଁ। ଜୀବନ ଏକ ପବିତ୍ର ଅନୁଷ୍ଠାନ। ସ୍ରୋତ ପ୍ରବାହରେ ଯେଉଁମାନେ ଗତି କରନ୍ତି ତାଙ୍କର କିଛି କହିବାର ନଥାଏ। କିନ୍ତୁ ଯେଉଁମାନେ ମନବିବେକର ପବିତ୍ରତାକୁ ସତ୍ୟସାଧନାର ଅର୍ଘ୍ୟ ଭାବେ ସମାଜକୁ ଦିଅନ୍ତି ସେଇମାନେ ଜୀବନୀ ଲେଖିବା ଉଚିତ୍। ଆତ୍ମଜୀବନୀ ତେଣୁ ଲେଖକର ଆତ୍ମକଷଟିରେ ପ୍ରଥମେ ପରୀକ୍ଷିତ ହୁଏ ଏବଂ ପରେ ତାକୁ ପାଠକ ବ୍ୟକ୍ତିର ’ଇତିହାସ’ ପରି ପଢ଼ି ଯୁକ୍ତିର ମାର୍ଜନା କରେ ନିଜ କୌଶଳତାରେ।ମୁଁ ଏକ ସାଧାରଣ ଜୀବନ ବଞ୍ôଚଛି, କିନ୍ତୁ ସାଧାରଣତ୍ୱକୁ ଗ୍ରହଣ କରିନାହିଁ। ମୁଁ ମୋର ଆତ୍ମସମ୍ମାନକୁ କିଛି ଅପ୍ରାପ୍ୟ ପ୍ରାପ୍ତି ପାଇଁ ସମର୍ପଣ କରିନାହିଁ। ଜାତିର ସ୍ୱାର୍ଥପାଇଁ ବ୍ୟକ୍ତିଗତ ସ୍ୱାର୍ଥର ଜଳାଞ୍ଜଳି ଦେଇଛି। କିନ୍ତୁ ମୋର କୌଣସି ଆପତ୍ତି ଅଭିଯୋଗ ନାହିଁ। ମୁଁ ମୋ ଇଚ୍ଛାର ଜୀବନ ବଞ୍ôଚଛି। କେତେକ ନିହାତି ବ୍ୟକ୍ତିଗତ କଥା ପ୍ରକାଶ କରିନାହିଁ କାରଣ ସମାଜ ବା ପାଠକ ସହିତ ଯେଉଁ ଜୀବନ ସମ୍ପର୍କ ମୁଁ ଗଢ଼ିଛି ସେଥିରେ ସେସବୁ ବ୍ୟକ୍ତିଗତ କଥାର ସମ୍ପର୍କ ନାହିଁ।ଖାଲି ଏତିକି କହିବି ମୁଁ ମୋ ଜୀବନକୁ ଉପଭୋଗ କରିଛି। ସୁଖଦୁଃଖ କୌଣସିଥିରେ ମୁଁ ଆତ୍ମହରା ହୋଇନାହିଁ। ଏ ପୃଥିବୀ ପ୍ରତ୍ୟେକ ବ୍ୟକ୍ତିପାଇଁ ଅଲଗା। ’ମୋର ପୃଥିବୀ’ ବ୍ୟାପକ, ଆହ୍ୱାନଭରା ଏବଂ ସୁନ୍ଦର ଥିଲା। ଆଉଥରେ ଯଦି ଆସିବାର ସୁଯୋଗ ମିଳେ ମୁଁ ମୋର ପୃଥିବୀକୁ ସଜେଇବି ମୋର ବଞ୍ôଚବାର ଆନନ୍ଦରେ। ----ପ୍ରଫୁଲ୍ଲ କୁମାର ମହାନ୍ତି