Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଏକ ରକମ ଚୁପ୍ଚାପ୍ ହୋଇ ଯାଇଥିଲି । ଦିନେ ଯେ ମୋର କବିତା ସଙ୍କଳନଟିଏ ପ୍ରକାଶ ପାଇବ, ଏ ବିଶ୍ୱାସ ନଥିଲା । କବିତା ପ୍ରକାଶନ, ପ୍ରକାଶକ ବନ୍ଧୁମାନଙ୍କ ପାଇଁ ବ୍ୟବସାୟିକ ହତାଶା ବୋଲି ମନେ କରାଯାଏ ଆମ ରାଜ୍ୟରେ । କାରଣ କବିତା ପଢ଼ିବାର ସଉକ୍ ଏ ଦୈହିକ, ଜଡ଼, ମୁଦ୍ରାସ୍ଫିତି କାଳରେ କିପରି ବା ରହିବ! ସହଜପଣିଆକୁ ତ କେବେ ବି କବିତା ଆଦରି ପାରିଲା ନାହିଁ । ନାନ୍ଦନୀକ ଚେତନାର ପରିପ୍ରକାଶ ପାଇଁ କବି ଆପଣାଛାଏଁ ନିଜଭାଷାଠାରୁ ଚିନ୍ତାର ପରିସର ପର୍ଯ୍ୟନ୍ତ ବିଭିନ୍ନ ସୂକ୍ଷ୍ମ କାବ୍ୟିକ ବୌଦ୍ଧିକ ପ୍ରକାଶ ଶୈଳୀମାନଙ୍କ ଭିତରେ ସୀମାବଦ୍ଧ ହୋଇଯାଏ; ଯେଉଁଥିପାଇଁ ପାଠକ ବନ୍ଧୁମାନଙ୍କୁ ଯଥେଷ୍ଟ ସଂଯମ, ସହାନୁଭୂତି ସହ କବିତା ପ୍ରତି ଦୃଷ୍ଟିପାତ କରିବାକୁ ପଡ଼ିଥାଏ । ଏ ଯୁଗରେ ସହାନୁଭୂତି ବା କାହିଁ? ନିଜ ଆସନ ମାଡ଼ି ବସିଥିଲେ ହେଁ ସ୍ୱର୍ଗପ୍ରାପ୍ତି, ଅମରତ୍ୱ ପ୍ରାପ୍ତି । 'ଭଲ ପାଇବା' ତ ମ୍ୟୁଜିଅମ୍ରେ ବି କେଉଁଠି ମଣିଷ ସାଇତି ନାହିଁ ଯେ ଜନେ ଦେଖି ଶିଖନ୍ତେ ହେଲେ । ତେଣୁ ଏ ସଂକଳନ ପାଇଁ ମୁଁ ନଅ ବର୍ଷ ଅପେକ୍ଷା ପରେ, ୟା’ର ଆତ୍ମପ୍ରକାଶ ପାଇଁ ଯେଉଁ ପ୍ରକାଶକ ବନ୍ଧୁ ସାହସିକ ପଦକ୍ଷେପ ନେଇଛନ୍ତି ସେ ହେଉଛନ୍ତି ଓଡ଼ିଶା ବୁକ୍ ଷ୍ଟୋରର ସତ୍ତ୍ୱାଧିକାରୀ ଶ୍ରୀ ଗୋବିନ୍ଦ ଚରଣ ପାତ୍ର ଏବଂ କବି ବନ୍ଧୁ ଡକ୍ଟର ପ୍ରସନ୍ନ ମିଶ୍ର ଓ ମୋର ଅନ୍ତରଙ୍ଗ ଶ୍ରୀ ସୁବୋଧ ଦାସଙ୍କ ଅଗାଢ଼ ପ୍ରଚେଷ୍ଟା । ସେମାନେ ମୋର ଓ ମୋ’ କବିତା ପଢ଼ିବା ପାଇଁ ଆଗ୍ରହୀ ବନ୍ଧୁମାନଙ୍କ ତରଫରୁ ପ୍ରଥମେ ଧନ୍ୟବାଦାର୍ହ । ନିର୍ବାଚିତ କବିତାଗୁଡ଼ିକ ମୋ’ ଜୀବନରେ ଧାଉଁଥିବା ସମୟର ଗୋଟିଏ ଗୋଟିଏ ସ୍ଫୁଲିଙ୍ଗ-ସ୍ଥିରଚିତ୍ର । ସମାଜ ଓ ଜୀବନର ଏମାନେ ଗୋଟିଏ ଗୋଟିଏ ମାନଚିତ୍ର । କୌଣସି ମତବାଦ ସହ ସାଲିସ୍ କରିବାର ଇଚ୍ଛା ପୋଷଣ କରିନାହିଁ । ଜୀବନ-ସ୍କୁଲର କଳାପଟା ଉପରେ ଅଙ୍କିତ କେତୋଟି ଅନୁଭୂତିକୁ ସ୍ୱାଧୀନ ବାଧ୍ୟ ଛାତ୍ରଟିଏ ପରି ଯାହା ଅନୁଭବ କରିଚି, ତାହା ପ୍ରକାଶ କରିଚି ।ସନତ୍ ଦାସ ପଟ୍ଟନାୟକ