Jitendra Nath Mohanty / Suvash Satpathy
Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଦୁଇ ଦୁନିଆ ମଝିରେ ସମସାମୟିକ ଜଣେ ଭାରତୀୟ ପ୍ରଖ୍ୟାତ ଦାର୍ଶନିକଙ୍କ ଦ୍ୱାରା ଲିଖିତ ଏକ ଚିତ୍ତାକର୍ଷକ ଆତ୍ମଜୀବନୀ । ଏହି ପୁସ୍ତକରେ ଦାର୍ଶନିକ ଶ୍ରୀ ଜିତେନ୍ଦ୍ରନାଥ ମହାନ୍ତି କଟକ ସହରରେ ତାଙ୍କର ବାଲ୍ୟଜୀବନ ସ୍ମୃତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭାରତ, ଜର୍ମାନୀ ଏବଂ ଆମେରିକାରେ ନିଜର ଦାର୍ଶନିକ ଯାତ୍ରାକୁ ବେଶ୍ ମନୋଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ବିଶ୍ୱ ଅଭିଯାନ କେବଳ ଆକ୍ଷରିକ ଭାବରେ ନୁହେଁ, ବରଂ ତାତ୍ତ୍ୱିକ ଦୃଷ୍ଟିରୁ ’ପ୍ରାଚ୍ୟ ଜଗତରୁ ପାଶ୍ଚାତ୍ୟ ଦୁନିଆ’କୁ ଏକ ପ୍ରଜ୍ଞାଯାତ୍ରା ବୋଲି କୁହାଯାଇପାରେ ଯାହାକୁ ସେ ତାଙ୍କର ଅନନ୍ୟ ବର୍ଣ୍ଣନା ଚାତୁରୀରେ କେତେବେଳେ ମହାନ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକ ପରମ୍ପରା ମଧ୍ୟରେ ସଙ୍ଗମ ତ ଆଉ କେତେବେଳେ ସଂଘାତ ଭାବେ ବଖାଣିଛନ୍ତି । ଏହି ପୁସ୍ତକରେ ସେ ଜନ୍ମମାଟି ଓଡ଼ିଶାର ଏକ ଅଖ୍ୟାତ ଗାଆଁରେ ନିଜର ଚେରକୁ ଖୋଜିଛନ୍ତି, କଲିକତା ଓ ଗେଟିଂଗେନ୍ (ଜର୍ମାନୀ) କିଭଳି ତାଙ୍କର ମନ ଓ ଚିନ୍ତନକୁ ଗଢ଼ିବାରେ ସହାୟକ ହୋଇଥିଲା ତାହା ବଖାଣିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ପାଶ୍ଚାତ୍ୟ ସାମାଜିକ ଓ ରାଜନୈତିକ ଭାବଧାରା ତଥା ଗାନ୍ଧିବାଦୀ ଚିନ୍ତାଧାରାକୁ ବୁଝିବା ଓ ତାହାକୁ ଆତ୍ମସ୍ଥ କରିବା ଅବସରରେ ଶ୍ରୀ ମହାନ୍ତି ନିଜ ସଂସ୍କୃତିକୁ ତନ୍ନତନ୍ନ କରି ତର୍ଜମା ଓ ମୂଲ୍ୟାୟନ କରିଛନ୍ତି । ଏହା ତାଙ୍କୁ ସୂକ୍ଷ୍ମ ଭାବରେ ଚେତାଇ ଦେଇଛି ଯେ ପାଶ୍ଚାତ୍ୟ ୟୁରୋପୀୟ ଏବଂ ଭାରତୀୟ ଚିନ୍ତନ ପରସ୍ପରକୁ ପରିମାର୍ଜିତ ଏବଂ ସହଯୋଗ କରୁଛନ୍ତି ।ଜଣେ ଦାର୍ଶନିକ ଭାବରେ ନିଜ ଜୀବନ ଓ କର୍ମକୁ ଟିକିନିଖି ଭାବରେ ବର୍ଣ୍ଣନା କରିବା ଅବସରରେ ଶ୍ରୀ ମହାନ୍ତି କେତେକ ପ୍ରଖ୍ୟାତ ଭାରତୀୟ ଓ ପାଶ୍ଚାତ୍ୟ ଦାର୍ଶନିକଙ୍କ ଉପରେ ଆଲୋକପାତ କରିଛନ୍ତି ଏବଂ ସେମାନଙ୍କ କଥା ସ୍ମରଣ କରିଛନ୍ତି । ଶ୍ରୀ ମହାନ୍ତିଙ୍କ ଜୀବନ ଓ କର୍ମ ସମ୍ପର୍କରେ ଆଗ୍ରହୀ ଦର୍ଶନ ଶାସ୍ତ୍ରର ଛାତ୍ରଛାତ୍ରୀ ଓ ଗବେଷକ ତଥା ସାଧାରଣ ପାଠକମାନେ ଏହି ଆତ୍ମଜୀବନୀରେ ଏକ ପ୍ରଗାଢ଼ ଚିନ୍ତାଶୀଳ ଓ କର୍ମମୟ ଜୀବନର ବର୍ଣ୍ଣନା ପାଇବେ ଯାହା ଅତୀବ ହୃଦୟସ୍ପର୍ଶୀ ଓ ମୁଗ୍ଧକର ।