Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବର୍ତ୍ତମାନ ମନ ଜଗତ ଓ ବାହାର ଜଗତ ମଧ୍ୟରେ ସ୍ଥିରତା , ନିଶ୍ଚୟତା ରହିପାରୁନାହିଁ । ସବୁବେଳେ ହଟ୍ଟଗୋଳ ସହ ଦ୍ଵନ୍ଦ ଲାଗି ରହିଛି । ମନ ଜଗତରେ ରହିଲେ ବାହାର ଜଗତ ସହ ବିଛିନ୍ନତା ରହି ନିଃସଙ୍ଗତା ଗ୍ରାସ କରେ ଆଉ ଯଦି ବାହାର ଜଗତରେ ରହି ମନ ଜଗତକୁ ଲୁଚେଇ ରଖୁଛୁ ତେବେ ପ୍ରାଣ ଥାଇ ନିର୍ଜୀବ ପାଲଟିଯିବା ସାର ହେଉଛି । ଏହି ସଙ୍କଳନରେ ଆଧୁନିକ ମଣିଷର ନିଜକୁ ନେଇ , ପରିବାର ବନ୍ଧନକୁ ନେଇ , ପ୍ରେମ ଭଲପାଇବାକୁ ନେଇ ଆଉ ସର୍ବୋପରି ସମୟ , ପରିସ୍ଥିତି କୁ ନେଇ ବ୍ୟାକରଣ ଘୋଷିଲା ପରି ଘୋଷିଚାଲିଛି । ଏହା ମଧ୍ୟଦେଇ ଚରିତ୍ର ମାନେ ଅନ୍ତର୍ମନକୁ ତଉଲିବାକୁ ବସି ଯାଇଛନ୍ତି ନିଜ ଗୋଡ଼ କୁ ସ୍ଥିର କରି । ଛିଡ଼ା ହୋଇଛନ୍ତି ଭିଡ଼ ରାସ୍ତା ମଧ୍ୟରେ କିନ୍ତୁ ସ୍ଥିତି ଏକାକୀ , ନିର୍ଜନ ଅନୁଭବ ମଧ୍ୟଦେଇ । ମାନସିକ ସ୍ଥରରେ ଶକ୍ତି ସାମର୍ଥ୍ୟର ଅଙ୍କକଷି ଥକି ଯାଇଛନ୍ତି । ବାହାର ଜଗତରେ ରହି ମଧ୍ୟ ରହିପାରିନାହାନ୍ତି ଚରିତ୍ରମାନେ । ବାହାର ଜଗତର ପ୍ରତି ଘଟଣା ଦୁର୍ଘଟଣା କୁ ପ୍ରକାଶ ନକରି ପାରି ଖାଲି ମନ ଭିତରେ ଘାଂଟୁଛନ୍ତି । ବାହାରେ ପ୍ରକାଶ କରିଲେ କେହି ବୁଝିବେ ନ ବୁଝିବେ , ବିଶ୍ୱାସ କରିବେ ନ କରିବେ , ଗ୍ରହଣ କରିବେ ନ କରିବେ , ଶୁଣିବେ ନ ଶୁଣିବେ ତେଣୁ ମନକୁ ମନ ନିଜ ଭିତରେ ସେ ଦ୍ଵନ୍ଦ ରଖି ଚିନ୍ତା କରୁଛି , ଶୁଣୁଛି ପ୍ରତି ମୁହୂର୍ତ୍ତରେ । କେଉଁ ଗୋଟିଏ ଜଗତରେ ନିଜକୁ ପୂର୍ଣରୂପେ , ସନ୍ତୁଷ୍ଟି ମଧ୍ୟଦେଇ , ବ୍ୟକ୍ତିଗତ ଭାବେ , ନିଜସ୍ୱ ଢଙ୍ଗରେ ସ୍ଥାପିତ କରିପାରୁନାହିଁ । ମନକୁ ପୁରାପୁରି ସ୍ଥିର କରିପାରୁନାହିଁ , ମନାଇ ପାରୁନାହିଁ , ଆଉ ବାହାରେ ଗ୍ରହଣ ପୂର୍ବକ ପ୍ରୟୋଗ କରିବାରେ ସଙ୍କୋଚ ଆଉ ସନ୍ଦେହ ।