Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
Debadasi (ଦେବଦାସୀ), also written as Devadasi, is Bijoyini Das’s Odisha Sahitya Akademi Award-winning Odia novel. Set against the sacred traditions of Puri’s Jagannath Temple, this acclaimed literary classic returns in a new edition for today’s readers. ଶ୍ରୀମନ୍ଦିରର ଦେବଦାସୀ ପରମ୍ପରା ଉପରେ ଉପନ୍ୟାସଟି ଆଧାରିତ। ଚରିତ୍ରମାନେ ସମ୍ପୂର୍ଣ୍ଣ କାଳ୍ପନିକ; କିନ୍ତୁ ଦେବଦାସୀ ତଥା ମାହାରୀମାନଙ୍କ ଜୀବନଧାରା, ବଂଚିବାର କୌଶଳ, ସାମାଜିକ, ଅର୍ଥନୈତିକ ସ୍ଥିତି ତଥା ଜୀବନଦର୍ଶନ ଦର୍ଶାଇବାକୁ ମୁଁ ଚେଷ୍ଟା କରିଛି କେବଳ। ଉପନ୍ୟାସଟି ତିନୋଟି ପର୍ବରେ ବିଭକ୍ତ ହୋଇଛି। ତିନୋଟି ପର୍ବ ତିନିକାଳର ପ୍ରତିନିଧିତ୍ୱ କରିପାରେ, ସୃଷ୍ଟି, ସ୍ଥିତି ଓ ଲୟର ଦେବତା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଉତ୍ସର୍ଗୀକୃତ ନୈବିଦ୍ୟ ବି ହୋଇପାରେ।ଶ୍ରୀଜଗନ୍ନାଥ ମନ୍ଦିରରେ ଛତିଶାନିଯୋଗ ମଧ୍ୟରୁ ଦେବଦାସୀ ବା ମାହାରୀମାନେ ଗୋଟିଏ ’ନିଯୋଗ’ ବା ’ସେବେଇତ’ ଭାବେ ପରିଗଣିତ। ଠାକୁରଙ୍କ ବଡ଼ସିଂହାର ବେଳେ, ରାଜଭୋଗ ବେଳେ ମାହାରୀ ନୃତ୍ୟ ଓ ଗୀତଗୋବିନ୍ଦ ଗାନ ପୂଜାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ଶ୍ରୀମନ୍ଦିରର ସମସ୍ତ ଉତ୍ସବରେ ଦେବଦାସୀମାନଙ୍କର ଭୂମିକା ସୁସ୍ପଷ୍ଟ ଥିଲା। ଚନ୍ଦନଯାତ୍ରା ବେଳେ ଠାକୁରେ ଚାପକୁ ବିଜେ କଲେ ନୌକାରେ ଦେବଦାସୀ ନୃତ୍ୟ ଅପରିହାର୍ଯ୍ୟ ଥିଲା। କାଳକ୍ରମେ ଏ ଦେବଦାସୀ ପ୍ରଥା ଲୋପ ପାଇଗଲା। ଯୁବତୀମାନେ ବିବାହ କରିଗଲେ, ବୃଦ୍ଧା ବୟସରେ ଯିଏ ଥିଲେ ମରିହଜିଗଲେ। ନୂଆ କେହି ଦେବଦାସୀ ଦୀକ୍ଷା ଗ୍ରହଣ କଲେ ନାହିଁ। ସେଇ ପୁରୁଣା ଦେବଦାସୀମାନଙ୍କ ଭିତରୁ କେତେଜଣ ମାତ୍ର ଜୀବିତ ଅଛନ୍ତି, ସେମାନେ ବୃଦ୍ଧା ଏବଂ ଅସମର୍ଥ। ତଥାପି 'କୋକିଳ ମାହାରୀ' ଏବେ ମଧ୍ୟ ଶ୍ରୀମନ୍ଦିରରେ ଠାକୁରଙ୍କ ବଡ଼ସିଂହାର ବେଶ ବେଳେ ଗୀତଗୋବିନ୍ଦ ଗାନ କରନ୍ତି। --ଲେଖିକା (୧୯୮୯)