Dada JP Vaswani / Braja Kumar Satpathy / Chittaranjan Pattanaik
Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ସବୁ ସମୟରେ ସବୁଯୁଗରେ ବିଶ୍ୱଗୁରୁମାନଙ୍କର ମହାବାକ୍ୟର ସ୍ୱତଃସ୍ଫୁର୍ତ୍ତ ପ୍ରବାଦ ଜନଜୀବନକୁ ସ୍ପର୍ଶ କରିଛି । ଏହି ସ୍ପର୍ଶରେ ବ୍ୟକ୍ତିଗତ ଜୀବନରେ ରୂପାନ୍ତରଣ ଆସିଛି, ସାମାଜିକ-ସାଂସ୍କୃତିକ ଜୀବନ ବିବର୍ତ୍ତିତ ହୋଇଛି ଏବଂ ବିଶ୍ୱଚେତନା ସଂପ୍ରସାରିତ ହୋଇଛି । ଐଶ୍ୱରୀୟ ସଂକଳ୍ପ ଫଳରେ ଏସବୁ ସମ୍ଭବ ହେଉଥିଲେ ମଧ୍ୟ ଅଳ୍ପ କେତେକ ଦିବ୍ୟପୁରୁଷଙ୍କ ସାରସ୍ୱତ ଯୋଜନା ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଗୁରୁଦେବ ବାସ୍ୱାନୀ ସେହିପରି ଜଣେ ବିଶ୍ୱବିଶ୍ରୁତ ଆଧ୍ୟାତ୍ମିକ ଅଗ୍ରଦୂତ । ସବୁପ୍ରକାର ଧାର୍ମିକ ଚେତନା ମଧ୍ୟରେ ରହିଥିବା ଐକ୍ୟ ଏବଂ ବିଶ୍ୱର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂପ୍ରୀତିର ଯେଉଁ ଅନ୍ତଃସଲୀଳ ପ୍ରବାହମାନ, ସେ ଦିଗରେ ଆମର ମାନସିକତାକୁ ଗତିଶୀଳ କରିଛନ୍ତି ସାଧୁ ବାସୱାନୀ । ପୁଣି ଏହି ଦିବ୍ୟ ପ୍ରୟାସ ପ୍ରସାରିତ ରୂପ ନେଇଛି ଦାଦା ଜେ.ପି. ବାସୱାନୀଙ୍କ ରଚନା ଓ ସମ୍ଭାଷଣ ମାଧ୍ୟମରେ ।ଦାଦା ଜେ.ପି. ବାସୱାନୀଙ୍କ ରଚନାର ପରିସର କେବଳ ପରିବ୍ୟାପ୍ତ ନୁହେଁ, ଏହା ଏପରି ଏକ ଜୀବନିକାରେ ପରିପୂର୍ଣ୍ଣ ଯେ ଏଥିରେ ଅବସାଦକର ସବୁପ୍ରକାର ଜଡ଼ତା ନିଃଶେଷ ହୋଇଥାଏ । ଏହା କେବଳ ଉଚ୍ଚତର ଦର୍ଶନର କଥା ନୁହେଁ, ଏଥିରେ ଦୈନନ୍ଦିନ ଜୀବନର କମନୀୟ ମାର୍ଗଦର୍ଶନ ପ୍ରତିବିମ୍ବିତ । ଏହି ଅମୂଲ୍ୟ ରଚନା ମଧ୍ୟରୁ ବେଶ୍ କେତୋଟି ଓଡ଼ିଆ ଭାଷାରେ ଅନୂଦିତ ହୋଇଛି । ବର୍ତ୍ତମାନ ବାସୱାନୀଙ୍କ ସମସ୍ତ ରତ୍ନଗର୍ଭା ରଚନା ମଧ୍ୟରୁ ଏକ ଅନବଦ୍ୟ ସମ୍ଭାର 'ଦଶ ଶିଖ୍ ଗୁରୁ : ଜୀବନୀ ଓ ଦର୍ଶନ' ଆମର ପଠନ-ବଳୟରେ ଉପଲବ୍ଧ ହେବାର ସୁଯୋଗ ଆସିଛି । ସମ୍ଭବତଃ ଏହା ଆକସ୍ମିକ ସଂଯୋଗ ନୁହେଁ । ସମଗ୍ର ବିଶ୍ୱରେ ଗୁରୁ ନାନକ ଯେଉଁ ମାନବପ୍ରୀତିର ଅମର ବାଣୀ ଶୁଣାଇଛନ୍ତି ଏବଂ ସେହି ସମ୍ମିଳିତ ସ୍ୱରରେ ଯେଉଁ ଦଶ ଜଣ ଗୁରୁଙ୍କର ସମ୍ପୃକ୍ତି ରହିଛି, ତାହାର ଏକ ସାରସ୍ୱତ ଚିତ୍ର ପ୍ରଦାନ କରିଛନ୍ତି ଦାଦା ଜେ.ପି. ବାସୱାନୀ । ସେହି ଗୁରୁମାନଙ୍କ ଜୀବନର ଦୀପ୍ତିମନ୍ତ ଝଲକ ଓ ବାର୍ତ୍ତା ଓଡ଼ିଆ ଅନୁବାଦରେ ସ୍ଥାନ ପାଇଛି ।