Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଶ୍ରୀ ପ୍ରମୋଦ ଧଳଙ୍କ ଜନ୍ମ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳି ଥାନାର ଅରଗଳ ଗ୍ରାମରେ। ପ୍ରଥମେ ଭାରତୀୟ ନୌସେନାରେ ପନ୍ଦର ବର୍ଷ ଓ ପରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ପଚିଶ ବର୍ଷ ଚାକିରି କରି ଅବସର ନେବା ପରେ ଅଧୁନା ଓଡ଼଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ପେଷାରେ କାର୍ଯ୍ୟରତ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହେଉଛନ୍ତି ଶ୍ରୀ ଧଳ। ଏକାଧାରରେ ସେ ଜଣେ ପକ୍ଷୀ ବିଶାରଦ, ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର, ଲେଖକ, ଗାଳ୍ପିକ, ସ୍ତମ୍ଭକାର ଓ ସମାଜ ଚିନ୍ତକ। ଦେଶର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭ୍ରମଣ କରି ପଶୁପକ୍ଷୀମାନଙ୍କ ଉପରେ ଅଧ୍ୟୟନ କରିବା ତାଙ୍କର ନିଶା। ଉଭୟ ’ୱାଇଲ୍ଡ ଓଡ଼଼ିଶା’ ଓ ’ନେଚର ଆଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼଼ିଶା’ (ଘଡଉଝ)ର ଆଜୀବନ ସଦସ୍ୟ ରହି ସେ ଦିଗରେ ମଧ୍ୟ ଶ୍ରୀ ଧଳ ଅନବରତ କାର୍ଯ୍ୟରତ। ଆମ ସମାଜ, ଭାଷା, ସଂସ୍କୃତି ଓ ପରିବେଶ ଆଧାରିତ ବିଭିନ୍ନ ପ୍ରକାଶିତ ପ୍ରବନ୍ଧ ସଙ୍କଳନ, ’ଚିନ୍ତା ଓ ଚେତନା’ ଖୁବ ପ୍ରେରଣା ଦାୟକ ହେବ ବୋଲି ଆଶା।