Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମୋ ପେସାରେ, ମୁଁ ଅନେକ ବଡ଼ବଡ଼ ଘଟଣା ଦେଖିଛି ଓ ସେସବୁ ଘଟଣା ସହ ଦିନଦିନ ରହିଛି । ପ୍ରଥମେ ଗପ ଲେଖିଲା ବେଳେ ବଡ଼ କାନଭାସ୍ ନେଇ କାମ କରି ସଫଳ ହୋଇଛି ସତ, ହେଲେ ପରେ ମୋର ମନେହୋଇଛି, ଅନେକ ଛୋଟ ଛୋଟ ଅନୁଭବକୁ ମୁଁ ନଜରଅନ୍ଦାଜ କରିଦେଇଛି । ଉପନ୍ୟାସ ଲେଖିଲା ବେଳେ ସେ ସବୁ ପ୍ରାୟ ଧ୍ୟାନ ଦେଇପାରୁଛି, ହେଲେ ଗପରେ ତାହା ସବୁବେଳେ ସମ୍ଭବ ହେଉନି ।ତେବେ ଖବରକାଗଜ ପାଇଁ ସୀମିତ ସ୍ଥାନରେ ଛୋଟ ଛୋଟ ଗପ ଲେଖିଲା ବେଳେ ଜୀବନର ଅନେକ ଗୁରୁତ୍ୱହୀନ ଅନୁଭବକୁ ନେଇ କାହାଣୀ ସୃଷ୍ଟି କରିଛି ଓ ସଫଳ ହୋଇଛି ।ଜୀବନରେ ଅନେକ ଛୋଟ ଘଟଣା ବହୁ ବଡ଼ବଡ଼ ଲୋକଙ୍କର ପଥ ବଦଳାଇ ଦେଇଛି । ଜଣେ ଯୁବ ମୁସଲମାନ ଶିକାରୀକୁ ନେଇ, ଦାର୍ଶନିକ ଓସୋଙ୍କର ଗୋଟିଏ ଛୋଟିଆ କାହାଣୀ ମୋର ମନେପଡୁଛି । ଲୋକଟିର ନାଁ ୱାଜିଦ୍ । ଦୈନିକ ସେ ବଣକୁ ଶିକାର କରିବାକୁ ଯାଏ । ଥରେ ଏକ ଚୁଲୁବୁଲି ହରିଣକୁ ତୀର ମାରିବାକୁ ଉଦ୍ୟମ କରୁଥିବା ବେଳେ ହିଁ ତା’ ଭିତରେ ଏକ ବିରାଟ ପରିବର୍ତ୍ତନ ହେଲା । ଜୀବନ ଯେ କେତେ ସୁନ୍ଦର ତାହା ସେ ହଠାତ୍ ଅନୁଭବ କଲା ଓ ଏଇମାତ୍ର କ୍ଷୀପ୍ର ଗତିରେ ଧାଇଁ ଯାଇ ହରିଣଟିକୁ ବିଦ୍ଧ କରିବାକୁ ଥିବା ତୀରଟିକୁ ସେ ଆଉ ଛାଡି ପାରିଲା ନାହିଁ । ତା ଅଙ୍ଗୁଳିର ଜାବ ଢିଲା ପଡ଼ିଗଲା ।ତା’ପରେ ୱାଜିଦ୍ ଜୀବନର ଗୁଢ ତତ୍ତ୍ୱ ଖୋଜିବାକୁ ଲାଗିଲା ଓ ତାହା ସେ ପାଇଲା କି ନାହିଁ ମୁଁ ଜାଣିନି । କିନ୍ତୁ ତା’ ଜୀବନରେ ଘଟିଥିବା ଏହି ଛୋଟିଆ ଘଟଣାଟି, ଆମ ପରି ମଣିଷମାନଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ଛାଡ଼ିଗଲା ।ଏ ବହିରେ ସନ୍ନିବେଶିତ ସବୁ ଗପରେ ଅନେକ ଚଟୁଳପଣ ଓ ଜୀବନ ଦର୍ଶନ ରହିଛି । କିଛି କିଛି ଜାଗାରେ କବିତା ପରି ଆବଷ୍ଟ୍ରାକ୍ଟ ତ କିଛି ଜାଗାରେ ସାମାଜିକ ଓ ତୀକ୍ଷ୍ଣ ରାଜନୈତିକ କଟାକ୍ଷ । ମତେ ଏ ସବୁରେ ଖେଳିବାକୁ ଭଲ ଲାଗେ । ଏ ସବୁ ଗପରେ ସଫଳ ଓ ବିଫଳ ହେବା ଏକ ପ୍ରକ୍ରିୟା ବୋଲି ମୁଁ ବିଚାର କରିଛି । ତେଣୁ ଯେତେବେଳେ ଯାହା ମନକୁ ଆସିଛି ମୋର ବିଚାରବୋଧରେ ଲେଖିଛି ।