Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଓଡ଼ିଶାର ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ କୁମରଡ଼ା ଭଳି ଗୋଟିଏ ଅତି କ୍ଷୁଦ୍ର ଅଥଚ ଓଡ଼ିଶାର ତତ୍କାଳୀନ ରାଜନୀତିର ପ୍ରମୁଖ ସ୍ଥାନ ଅଧିକାର କରିଥିବା ଗୋଟିଏ ମଫସଲ ଗ୍ରାମରେ ତାଙ୍କର ଜନ୍ମ ୧୯୧୬ ମସିହା ନଭେମ୍ବର ମାସ ୧୧ ତାରିଖରେ। ରାଜନୀତିକ ପୃଷ୍ଠଭୂମି ଥିଲା କିନ୍ତୁ ଅତି ମଜବୁତ୍। କକେଇ, ଦାଦା ଓ ଭାଇମାନେ ପ୍ରତି ଆନ୍ଦୋଳନର ଆଗଧାଡ଼ିରେ ରହି ଜେଲ୍ ଯାଇଥିଲେ। କଂଗ୍ରେସ କାମ କରିବା ପାଇଁ ପଛଘୁଞ୍ଚା ଦେଉ ନଥିଲେ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଡ଼ାକରାରେ ଏ ଦେଶର ଲୋକେ ଗୋରା ସରକାରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରୁଥିଲେ। ତୃଣମୂଳ ସ୍ତରରେ ପ୍ରତି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବାପାଇଁ କଂଗ୍ରେସ କର୍ମୀମାନେ ଗାଁରୁ ଗାଁକୁ ଯାଇ ଲୋକମାନଙ୍କୁ ବୁଝାଉଥିଲେ। ଅହିଂସା ମାର୍ଗରେ ବ୍ରଟିଶ ସରକାରଙ୍କୁ ବିରୋଧ କରୁଥିଲେ। ଅନୁନ୍ନତ ଆଦିବାସୀ ଅଧ୍ୟୁଷିତ ଇଲାକାରେ କାମ କରିବା, ଗାଁରେ ଲୋକଙ୍କ ଶିକ୍ଷାର ଭିତ୍ତିଭୂମିକୁ ଦୃଢ଼କରିବା, ଗାଁ ପରିମଳ ସଫା ରଖିବା, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା, ସାହୁକାର ଶୋଷଣକୁ ବିରୋଧ କରିବା, ଅସାଧୁ ଉପାୟରେ ଅପହୃତ ହୋଇଥିବା ନିଜର ଜମି ଆଦିବାସୀମାନେ ପୁଣି ଫେରିପାଇବା, କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂରକରିବା ଇତ୍ୟାଦି କାର୍ଯ୍ୟରେ ରଚନାତ୍ମକ କର୍ମୀମାନେ କାର୍ଯ୍ୟ କରୁଥିଲେ। ଯାଜପୁରର ବରୀରେ ଦେଶସେବାର ତାଲିମ ନେଇ ତାକୁ କାର୍ଯ୍ୟକାରୀ କରିବାପାଇଁ ବିଶ୍ୱନାଥ ପହଞ୍ଚିଲେ କୋରାପୁଟର ଗୁଣପୁର ନିକଟବର୍ତ୍ତୀ କୁଜେନ୍ଦ୍ରୀ ଗ୍ରାମରେ। ଗାଁ ବିକାଶ କଥା ବୁଝିବା ସହିତ ସ୍ୱାଧୀନତା ଆନ୍ଦୋଳନରେ ସେ ସାମିଲ ହୋଇ କାରାବରଣ କରିଥିଲେ। ଲକ୍ଷ୍ମଣ ନାୟକ, ମହମ୍ମଦ ବାଜୀ, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ବିନୋବା ଭାବେ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ରମାଦେବୀ ପ୍ରମୁଖଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ସେ। ଏହିଭଳି ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ହେଉଛନ୍ତି ବିଶ୍ୱନାଥ ପଟ୍ଟନାୟକ।