Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଭାରତୀୟ ମୁକ୍ତି ସଂଗ୍ରାମର ଦୁର୍ଦ୍ଧର୍ଷ ସେନାନୀ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ କୋଳରେ ଧରି ଓଡ଼ିଶା ଗର୍ବିତ, ଭାରତବର୍ଷ ଗୌରବାନ୍ୱିତ । ମହାନଦୀ ଓ କାଠଯୋଡ଼ିର ବାହୁବନ୍ଧନୀରେ ଚିର ଦେଦୀପ୍ୟମାନ ଐତିହାସିକ କଟକ ନଗରୀରେ ଭୂମିଷ୍ଠ ହୋଇଥିଲେ ସୁଭାଷଚନ୍ଦ୍ର ୧୮୯୭ ମସିହାରେ । କଟକର ମାଟି, ପାଣି ଓ ପବନରେ ଗଢ଼ା ତାଙ୍କର ଦେହ; କଟକର ଗଳି, ଉପଗଳି, ଧୂଆଁ, ଧୂଳି ସହିତ ବିଜଡ଼ିତ ତାଙ୍କ ବାଲ୍ୟ ଓ କୈଶୋରର ସ୍ମୃତି । ବିଶେଷତଃ ରେଭେନ୍ସା କଲିଜିଏଟ୍ ସ୍କୁଲ ଏବଂ ତା’ର ଶିକ୍ଷକ ଶିକ୍ଷିକାଗଣ ସୁଭାଷଙ୍କ ଆଦ୍ୟ ଉତରଣର ଥିଲେ ପଥ ପ୍ରଦର୍ଶକ । ସୁଭାଷ ଚନ୍ଦ୍ର ଭାରତ ବର୍ଷର ଅଦ୍ୱିତୀୟ ରାଜନେତା ଓ ବିଶ୍ୱବନ୍ଦିତ କର୍ଣ୍ଣଧାରରେ ରୂପାନ୍ତରିତ ହେବା ପରେ ମଧ୍ୟ ଜନ୍ମମାଟି ଓଡ଼ିଶା ସହିତ ତାଙ୍କର ସଂଯୋଗ ଓ ସଂପ୍ରୀତି ଥିଲା ଅବ୍ୟାହତ ।ପ୍ରାକ୍ ସ୍ୱାଧୀନତା କାଳରେ ତିନୋଟି ଆତ୍ମଜୀବନୀ ଗ୍ରନ୍ଥ ସାରା ଭାରତରେ ଅମିତ ପାଠକୀୟ ଆଦୃତି ଲାଭ କରିଥିଲା; ଭାରତ ବର୍ଷର ବିପୁଳ ଜନସମୁଦାୟକୁ ପ୍ରଭାବିତ କରିଥିଲା ମଧ୍ୟ । ନେତାଜୀ ତାଙ୍କ ଜୀବନୀ ଗ୍ରନ୍ଥରେ ଶୈଶବ ଓ ସ୍କୁଲ ଜନଜୀବନ, ସଦ୍ଭାବନା ତଥା ରେଭେନ୍ସା କଲେଜିଏଟ୍ ସ୍କୁଲର ବାତାବରଣ ବିଷୟରେ ଅତିଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି ।ନେତାଜୀଙ୍କର ଏହି ଇଂରାଜୀ ଗ୍ରନ୍ଥକୁ ବଙ୍ଗଳାରେ ଅନୁବାଦ କରିଥିଲେ ଜଣାଶୁଣା ବଙ୍ଗୀୟ ଲେଖକ ସୁଭାଷ ସେନ୍ ।