Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଓଡ଼ିଶାରେ ପ୍ରଗତିଶୀଳ ଚେତନାର ବିକାଶ ଓ ପ୍ରସାର ପାଇଁ ୧୯୩୫ ମସିହାରେ କେତେଜଣ ଉଦ୍ୟମୀ ଯୁବକଙ୍କ ନେତୃତ୍ୱରେ ’ନବଯୁଗ ସାହିତ୍ୟ ସଂସଦ’ର ଗଠନ କରାଯାଇଥିଲା। କଟକର ଶ୍ରୀରାମଚନ୍ଦ୍ର ଭବନରେ ତା୨୯.୧୧.୧୯୩୫ ରୁ ତା ୪.୧୨.୧୯୩୫ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ଧରି ଏହି ସଂସଦର ପ୍ରାରମ୍ଭିକ ଅଧିବେଶନ ବସିଥିଲା। 'ଯଥାର୍ଥତଃ ଦେଖିବାକୁ ଗଲେ ଏଇ ଛଅଦିନିଆ ଉତ୍ସବ ହିଁ ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟିର ପ୍ରଥମ ଓ ପ୍ରଧାନ ମୂଳଭିତ୍ତି। ଏହା ପୂର୍ବରୁ ସଚ୍ଚିଦାନନ୍ଦ ରାଉତରାୟଙ୍କ ପରି ହାଇସ୍କୁଲ ଛାତ୍ର ’ଶ୍ରମିକ କବି’ ଲେଖିଥାଇପରନ୍ତି; କିମ୍ବା ମାନସିଂହ, କ୍ଷିତୀଶଚନ୍ଦ୍ର ଓ ବୈକୁଣ୍ଠଙ୍କ ପରି ସ୍କୁଲ ଶିକ୍ଷକ ନୂତନ ଚିନ୍ତାକୁ ଆଶ୍ରୟ କରି କବିତା, ପ୍ରବନ୍ଧ ଲେଖି ଥାଇପାରନ୍ତି କିମ୍ବା ଏ ଦେଶର ଅନ୍ୟ କେହି ଏଥିରେ ହାତ ଦେଇ ପାରିଥାନ୍ତି; କିନ୍ତୁ ଏ ସାହିତ୍ୟ ସୃଷ୍ଟି ପାଇଁ ’ନବଯୁଗ ସାହିତ୍ୟ ସସଦ’ ପରି କେଉଁଠି ମିଳିତ ବା ଗୋଷ୍ଠିଗତ ଉଦ୍ୟମ ହୋଇନାହିଁ।ସଂସଦର ମୁଖପତ୍ର ରୂପେ ୧୯୩୬ ମସିହା ମଇ ମାସରେ ପ୍ରକାଶ ପାଇଲା ’ଆଧୁନିକ’ ପତ୍ରିକା। ଏହାର ସମ୍ପାଦକ ଥିଲେ ଭଗବତୀଚରଣ ପାଣିଗ୍ରାହୀ। ସମ୍ପାଦକ ଏହାର ପ୍ରଥମ ସଂଖ୍ୟାରେ ’ନିଜ କଥା’ ଲେଖି ସ୍ପଷ୍ଟ ଭାବରେ ସୂଚାଇଦେଲେ ଯେ - 'ଆଧୁନିକ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମତତ୍ପର ହେବାପାଇଁ ଚଞ୍ଚଳ କରିବ। ପ୍ରବନ୍ଧ ହେଉ, କବିତା ହେଉ, ଗଳ୍ପ, ଉପନ୍ୟାସ, ନାଟକ ହେଉ, ଯାହା ମାନବକୁ କର୍ମକ୍ଷେତ୍ରକୁ ପ୍ରଧାବିତ କରିବ, ଯାହା କର୍ମର ଉଦ୍ଦୀପନା ମାନବ ମନରେ ଆଣିଦେବ, ସେହିପରି ଲେଖା ବସ୍ତୁତଃ ’ଆଧୁନିକ’ରେ ପ୍ରକାଶ ପାଇବ। ଆରାମଚୌକିରେ ବସି ପଢ଼ିବାଯୋଗ୍ୟ ସୂକ୍ଷ୍ମ ସୌଖିନ ସାହିତ୍ୟ ପାଇଁ ’ଆଧୁନିକ’ରେ ସ୍ଥାନ ପ୍ରଶସ୍ତ ନୁହେଁ।'(