Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
Excerpt from the Preface by Prof. Kailash Pattanaik:ଅଶୋକ! ତମ ଶିଳ୍ପୀ ଆଖିରେ ସ୍ୱର୍ଗ ଯେମିତି ସୁନ୍ଦର, ନର୍କ ବି ସେମିତି । ପ୍ରେମିକ ପୁରୁଷଟିଏ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକିବି କେଉଁ ନିଷ୍ଠୁର ଆତତାୟୀ । କଳାକାର ତମେ, ମନର ସୁବିଶାଳ ଦିଗନ୍ତକୁ ଏମିତି ଲିପାପୋଛା ସୁନ୍ଦରକରି ସଜେଇ ରଖିଥାଅ ଯେ; ପାଠକଟିଏ ଠିକ୍ ଠିକ୍ ଠଉରେଇ ନପାରିଲେ ଶାଳଗ୍ରାମକୁ ଟୋଳାଏ ମାଟି ଭାବି ବସିବା ଅସମ୍ଭବ ନୁହେଁ! ତମର ବାହାଦୁରିତ ସେଇଠି । ଖୋଜୁଥାଉ ପାଠକ, ପଢ଼ୁଥାଉ ଗପ, ହଉଥାଉ ଧନ୍ଦି! ସେଇ ଖୋଜିହେବା ଭିତରେ, ପଢ଼ିବା ଭିତରେ କି ଧନ୍ଦିହେବା ଭିତରେ ପାଠକ ପାଏ ସେ ପରିପକ୍ୱତାକୁ, ସେଇ ମୌଳିକତାକୁ, ସେଇ ଗନ୍ଧକୁ ଯେଉଁ ଗୁଡ଼ିକର ଛୁଆଁରେ ଅଶୋକ! ତମେ ଦେଖେଇ ପାରିଛି ତମର ଅସ୍ମିତା-ତମର ପରିଚିତି - ତମର ଗନ୍ଧ! ସେ ଗନ୍ଧ ଏତେ ତୀବ୍ର ଯେ ଆଜିବି କରୁଛି ପାଠକମାନଙ୍କୁ ସଙ୍କ୍ରମିତ! ତମ ମୃତ୍ୟୁର ଠିକ୍ ପରବର୍ଷ ତମ ପରିବାର ଲୋକଙ୍କ ସହଯୋଗିତାରେ ସନ୍ଦୀପନୀ, ଭୁବନେଶ୍ୱର କର୍ତ୍ତୃକ ପ୍ରକାଶପାଏ ’ଅଶୋକ ଏବଂ ଅଶୋକ’ (୧୯୮୫) । ସେଥିରେ ସଂଗୃହୀତ ହେଇଥିଲା ତମର ୪୯ ଟି ଗଳ୍ପ । ସେଥିର ସୂଚନା ଅନୁଯାୟୀ ସେ ପାଣ୍ଡୁଲିପିର ’ଅନ୍ଧପଦାତିକ’ ଅଂଶଟି କୁଆଡ଼େ ତମରି ହାତରେ ହେଇଥିଲା ପ୍ରସ୍ତୁତ ଓ ’ମାନଚିତ୍ର’ ଅଂଶଟି ଉଦ୍ୟୋକ୍ତାମାନଙ୍କ ଦ୍ୱାରା ସଂକଳିତ । ପରେ ପରେ ତମ ଗଳ୍ପର ଅନ୍ୟଦୁଇ ସଂଗ୍ରହ ପ୍ରକାଶ ପାଇଥିଲା, ପୁନଶ୍ଚ ଅଶୋକ (୨୦୦୦) ଆଉ ଅଶୋକ ଅସରନ୍ତି (୨୦୧୨) । ପୁଣିଥରେ ତମଗଳ୍ପର ସ୍ୱାଦ ପାଠକଙ୍କୁ ଚଖାଇବା ଲାଗି ଉଦ୍ୟମ କରିଚନ୍ତି ’ବ୍ଲାକ୍ ଇଗଲ ବୁକ୍ସ’ । ତମର ଏ ’ଗଳ୍ପ ସମଗ୍ର’, ଭଲ ଲେଖକଙ୍କୁ ପାଠକମାନଙ୍କ ପାଖରେ ପହଞ୍ଚାଇବାର ’ବ୍ଲାକ ଇଗଲ ବୁକ୍ସ’ର ପତିଶ୍ରୁତିକୁ ପୁଣିଥରେ ସତ କରିଦିଏ!