Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ନଟନାଗର ସ୍ୱୟଂ ନାରାୟଣ ଶ୍ରୀକୃଷ୍ଣଙ୍କ ଚରିତ୍ର ପରେ ମହାଭାରତର ଅନ୍ୟ ଏକ ଚରିତ୍ର, ମତେ ପ୍ରତି ପାଦରେ ପ୍ରଶ୍ନବାଣରେ ପୋତି ପକାଇଲା । ସିଏ ହେଉଛନ୍ତି ମହାସତୀ କୁନ୍ତୀ । ତାଙ୍କୁ ଅବଲମ୍ବନ କରି ଲେଖାଯାଇଥିବା ଅନେକ ବହି ପଢ଼ିବା ପରେ କାହିଁକି କେଜାଣି ତାଙ୍କ ଚରିତ୍ର ଉଚିତ ନ୍ୟାୟ ପାଇଛି ବୋଲି ମନେ ହେଲାନାହିଁ । ସେଥିପାଇଁ ତାଙ୍କୁ ମୋ ପ୍ରଥମ ପୁସ୍ତକର ଚରିତ୍ର ଭାବରେ ନିର୍ବାଚିତ କଲି । ତେବେ ଏହି ପୁସ୍ତକରେ ଯାହା ଲେଖାଯାଇଛି ତାହା ସମ୍ପୂର୍ଣ୍ଣ ସତ୍ୟ ବା ନିର୍ଭୁଲ୍ ବୋଲି କହିବି ନାହିଁ । ଏହି ଚରିତ୍ରଟିକୁ ମୁଁ ମୋର ମନଦେଇ ଗଢ଼ିଛି ବା ପୁନଃନିର୍ମାଣ କରିଛି । ଏଥିରେ ଯଦ୍ୟପି କିଛି ଭୁଲ୍ ଥାଏ, ବା ଏହି ଚରିତ୍ର ବିଶ୍ଳେଷଣରେ କାହା ମନକୁ ଆଘାତ ଆସିଥାଏ ତେବେ ପାଠକ ଶ୍ରେଣୀଙ୍କୁ ମୋର ବିନମ୍ର କ୍ଷମାପ୍ରାର୍ଥନା । ତେବେ ବେଶ୍ ମହାସତୀ ଶିରୋମଣି କୁନ୍ତୀ, କୌରବ କୁଳର କୁଳବଧୂ, ପାଣ୍ଡବଙ୍କ ମାତା, ରାଜମାତା କୁନ୍ତୀ । ଜଣେ ରାଜମାତା ଓ ମହାସତୀ ଆସନରେ ବିରାଜମାନ ହେବା ପରେ ଆଉ କ’ଣ ବା ଊଣା ରହିଯାଏ । । କଣ ସତରେ କିଛି ଅଭାବ ଥାଏ । । ସେହି ଅଭାବଟି କ’ଣ । ତେବେ ସର୍ବସ୍ୱ ପ୍ରାପ୍ତ ହେବା ପରେ ମଧ୍ୟ ମନରେ ଅନେକ ଆଶା ଆକାଂକ୍ଷା ମାନେ ଅନ୍ତର ମଧ୍ୟରୁ କ୍ରନ୍ଦନ କରନ୍ତି । ସେହି କ୍ରନ୍ଦନର ଆଭାସ କାହାରିକୁ ନଥାଏ । ଭୁକ୍ତଭୋଗୀ ହିଁ ଏହି ପୀଡାରେ ପୀଡ଼ିତ ହୁଏ । ତେବେ ମହାସତୀ କୁନ୍ତୀଙ୍କ ଜୀବନର ସେହି ମହାନ୍ଧକାର, ଅଭାବ, ପୀଡ଼ାର ଉତ୍ତର ହିଁ ଅସତୀ କୁନ୍ତୀ । ଜୀବନର ପ୍ରତ୍ୟେକ ପ୍ରାଚୁର୍ଯ୍ୟ ପରେ ମଧ୍ୟ ଏକ ଶୂନ୍ୟର ମୂଲ୍ୟ ଅନେକ ଅଧିକ । ପ୍ରତ୍ୟେକ ସଫଳତା ପରେ, ସେହି ସଫଳତା ପାଇବା ପଛର କଠୋର ତପସ୍ୟାର ମନନ ହେଉଛି ସେହି ଶୂନ୍ୟତା । ଅନେକ ପ୍ରଶଂସା ପରେ ସେହି ପ୍ରଶଂସା ପାଇବା ପାଇଁ ଦେଇଥିବା ବଳିଦାନର ଅନୁତାପ ହେଉଛି ସେହି ଶୂନ୍ୟତା । ତେବେ ସେହି ଶୂନ୍ୟତା ଓ ମହାସତୀ କୁନ୍ତୀଙ୍କ ଜୀବନର ଏକ ଉଚିତ୍ ଅନୁବାଦ ହେଉଛି ଅସତୀ କୁନ୍ତୀ । ମୁଁ ନୂଆ କରି ଲେଖିକା ଜୀବନର ପ୍ରଥମ ପାବଚ୍ଛରେ ପାଦ ଥାପିଛି । ଆଗକୁ ଅନେକ ସାଧନା ବାକି ରହିଛି । ଆଶା କରୁଛି ମୋର ଏହି ଲେଖା ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ ।- ଦେବସ୍ମିତା ମହାରଣା