Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ମାନବହୃଦୟର ଗଭୀରତମ ସ୍ଥାନରେ, ଯେଉଁଠାରେ ଶବ୍ଦ ନିରବତାରେ ପରିଣତ ହୋଇଯାଏ ଏବଂ ଭାବ ପ୍ରାର୍ଥନାର ସ୍ୱରୂପ ଧାରଣ କରେ, ସେଇ ପବିତ୍ର ସ୍ଥିତିରୁ ଏହି କବିତା ସଂଗ୍ରହ ’ଅର୍ଘ୍ୟ’-ର ଜନ୍ମ।ଏହା କେବଳ କବିତାର ସଂଗ୍ରହ ନୁହେଁ- ଏହା ହେଉଛି ଆନ୍ତଃସଂବେଦନର ଯାତ୍ରା, ଭକ୍ତିର ଦୃଶ୍ୟମୟ ପଥ, ଏବଂ ନିରବ ସମର୍ପଣର ମାଧୁର୍ଯ୍ୟମୟ ସ୍ୱରଲହରୀ। ଭକ୍ତିରେ ଯେପରି ପଦ ଉପାସନା ହୁଏ, ଭାବରେ ପଥ ପ୍ରକାଶିତ ହୁଏ, ଏବଂ ପ୍ରେମରେ ପରମତତ୍ତ୍ୱକୁ ଛୁଇଁବାର ଅନୁଭୂତି ଜାଗେ-ସେହିପରି ଏହି ଗ୍ରନ୍ଥର ପ୍ରତ୍ୟେକ ପୃଷ୍ଠା ମନକୁ ଏକ ଅନ୍ତର୍ଯାତ୍ରାରେ ନେଇଯାଏ।ସୀତା-ରାମଙ୍କ ଆଦର୍ଶ, ଧର୍ମ, ତ୍ୟାଗ ଓ କରୁଣା; ରାଧା-କୃଷ୍ଣଙ୍କ ଅନନ୍ତ ପ୍ରେମ, ଭାବ, ରସ ଓ ଲୀଳା- ଏହି ସମସ୍ତ ଦିବ୍ୟ ତାରଙ୍ଗଗୁଡ଼ିକଏହି କବିତା ସଂଗ୍ରହ ଶବ୍ଦମାଳାକୁ ପ୍ରାଣବନ୍ତ କରିଛି। 'ଅର୍ଘ୍ୟ'- ନାମରେ ଯେପରି ଅଛି ଅର୍ପଣ, ସେହି ଅର୍ପଣକୁ ମନ, ଭାବ, ରସ, ପ୍ରେମ ଓ ପ୍ରାଣରେ ପରିଣତ କରି ମୁଁ ଏହି ଗ୍ରନ୍ଥକୁ ସକଳ ଭକ୍ତିଭାବ ସହ ମୁକ୍ତ କରିଛି।