Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ବୁଡ଼ି ଯାଉଥିବା ସୂର୍ଯ୍ୟ, ଉଇଁ ଆସୁଥିବା ଜହ୍ନ ଆଉ ମଝିରେ ଓହଳି ଥିବା ବାଦୁଡ଼ିଟା କାହାକୁ ଅପେକ୍ଷା କରିବ। ଜହ୍ନକୁ ନା ସୂର୍ଯ୍ୟକୁ ଅପେକ୍ଷାର ଶେଷ ଥାଏ ଆଉ ଶେଷର ଆରମ୍ଭ। ଶେଷରେ ହରେଇବାର ଭୟ, ଓ ଆରମ୍ଭ ରେ ପାଇବାର ଅନେକ୍ ଆଶା ଭିତରେ କାହାକୁ ଅପେକ୍ଷା କରିବ। ପୂର୍ଣ୍ଣମୀର ପ୍ରେମ ଆଉ ଅମାବାସ୍ୟାର ପ୍ରତାରଣାରେ ଉଜାଗର ଥିବା ପ୍ରେମିକଟି, ଆଉ କେତେ ବନ୍ଦ କୋଠାରୀ ଭିତରେ ମହମବତୀ ଜାଳି ଅପେକ୍ଷା କରିବ, ପୁଣି ଏକ ପୂର୍ଣ୍ଣମୀ ରାତିକୁ। ତୁମେ ଫିଙ୍ଗି ଦେଇ ଆସିଥିବା ସମ୍ପର୍କକୁ ଗୋଟାଇ ଗୋଟିଏ ପୂର୍ଣ୍ଣମୀ ଜହ୍ନର ରୂପ ଦେଇଛି। ଜାଣିନି ଏଇ ଜହ୍ନରେ କଳଙ୍କ ଲାଗିବ ନା ଲାଗିବନି ଆକାଶ ଛାତିରେ ଚକ୍ ଚକ୍ କରୁଛ ହେଲେ, ମୁଁ ଅପେକ୍ଷା କରିଛି ସମୁଦ୍ରର ବେଳା ଭୂମିରେ। ତୁମ ପ୍ରତିଛବି ନୀଳ ଉର୍ମିରେ କାହିଁ ସ୍ଥିର ହୋଇ ପାରୁନି। କଣ ପାଖରେ ପରଖିବାର ସୁଯୋଗ ଦେବନି ନା ତୁମେ ମୋ ସହ ପ୍ରତାରଣାତ୍ମକ ଛଳନା ଛାଇରେ ହଜେଇବାର ସ୍ୱପ୍ନ ଦେଖୁଛ!!