Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ଉପନ୍ୟାସ କାହାଣୀର ମୁଖ୍ୟନାୟିକା ଅନୁପମା, ନାୟକ ଅନୁପମ; ଉଭୟଙ୍କ ମଧ୍ୟରେ ଶାଶ୍ୱତ ପ୍ରେମ-ପ୍ରଣୟର ପରିଭାଷା ବହନ କରୁଥିବା ଶୀର୍ଷକ ’ଅନୁପମା’ ସତରେ ମୋ’ ସ୍ରଷ୍ଟାଜୀବନର ଏକ ଅନୁପମ ସୃଷ୍ଟି!ଆସନ୍ତୁନା, ଅନୁପମାର ଏହି ରହସ୍ୟ- ରୋମାଞ୍ଚଭରା କଥା-କାହାଣୀ ଉପରେ ଥରେ ଆଖି ବୁଲେଇ ଆଣିବା । ବୁଲିଯିବା ସାଗରଦ୍ୱୀପର ସେହି ଲବଙ୍ଗ ବଗିଚା, ଅଳେଇଚ କୁଂଜ, ପରୀମହଲ, ରହସ୍ୟମୟ ରାଣୀହଂସପୁର । ସାଗରର ନୀଳ ଲହରୀରେ ଦୋଳିଖେଳିବା ରାଜହଂସୀର ପିଠିରେ ଝୁଲିଝୁଲି, ଝୁମିଝୁମି । ଚନ୍ଦ୍ରଭାଗାର ଚନ୍ଦ୍ରଉଦିଆ ରାତି ହାତଠାରି ଡାକୁଛି, ଡାକୁଛି ଚିତ୍ରକୋଣ୍ଡାର ଅରଣ୍ୟ ପ୍ରଦେଶରୁ ମରୁଆ ଫୁଲର ମହମହ ମହକ... ନୀଳଜହ୍ନର ଅଭିସାର ଭିତରେ ଭିଜିଭିଜି ହଜିହଜି ଖୋଜିବା ନୀଳରହସ୍ୟକୁ .... ମହୋଦଧିର ମହାସମାଧିରେ ଆହରଣ କରିବା ସେହି ଦିବ୍ୟ ଅଲୌକିକ ଆନନ୍ଦର ଚିନ୍ମୟ ସାନ୍ନିଧ୍ୟ... ସେହି ସବୁଜବନାନୀ, ଧୂସର ଉପତ୍ୟକା, ଯେଉଁଠି ଖାଲି ପ୍ରୀତିର ବନ୍ୟା ବହୁନି; ଝରଝର ଝରି ଯାଉଛି ବାତ୍ସଲ୍ୟର ମଧୁଝରଣା । ପ୍ରଜାପତିର ରଂଗୀନ ଡେଣାରେ ଡେଣାରେ କଉ ରୂପବତୀ ଖାସ୍ ରୂପ ସାଜୁନି, କୋକିଳର କଅଁଳ କୁହୁରେ ବାଜି ଉଠୁନି ମିଳନର ମୋହନ ମୁରଲୀ... ...ଏଠି ଶୃଂଗାର ବି ପାଲଟି ଯାଉଛି ଅଂଗାର: ପ୍ରତାରଣାର ଆବରଣ ତଳେ ପ୍ରୀତି ପ୍ରତିଶ୍ରୁତିଟିଏ! ----ଭଗବାନ ବେହେରା