Librería Samer Atenea
Kálamo Books
Librería Elías (Asturias)
Librería Kolima (Madrid)
Librería Proteo (Málaga)
ଗପରେ ନିଜକୁ ହଜେଇ ସେଇ ଗପରେ ନିଜକୁ ଖୋଜି ପାଇଥିବା କଥାକାର ହେଲେ ଡ. ସୁଲଗ୍ନା ମହାନ୍ତି | ନିଜର ପ୍ରଥମ ଗଳ୍ପ ସଂକଳନ 'ନାଲିବୁତା'ରେ ଲେଖିକା ପ୍ରମାଣ କରିଦେଇଥିଲେ ସେ ନୂଆ କିନ୍ତୁ ଅନଭିଜ୍ଞ ନୁହନ୍ତି | ବରଂ ସେଇ ପ୍ରଥମ ସୃଷ୍ଟିରେ ସେ ଦେଇଥିଲେ କିଛି ସତେଜ, କିଛି ନୂଆ ଓ କିଛି ଅକୃତ୍ରିମ | ସୁଲଗ୍ନାଙ୍କର ପ୍ରତିଟି ଲେଖାରେ ପାଠକପାଠିକା ପାଆନ୍ତି ଜଣାଶୁଣା ଅନେକ ଚିହ୍ନା ମୁହଁ | ସରଳ ଭାଷା ଏବଂ ଗଳ୍ପକଥନର ଶୈଳୀ ତାଙ୍କର ଚମତ୍କାର । କୌଣସି ଲେଖାରେ ଲେଖକୀୟ ଅହଂକାରର ଚିହ୍ନବର୍ଣ୍ଣ ନାହିଁ । ସୁଲଗ୍ନାଙ୍କର ଲେଖାର ଗୋଟିଏ ପୃଷ୍ଠା ପଢି ସାରିବା ପରେ ଲାଗେ ଯେମିତି ବହିଟି ସଂପୂର୍ଣ୍ଣ ପଢିବାକୁ ହିଁ ହେବ। ଆଶା କରୁଛି ଲେଖିକାଙ୍କର ପ୍ରଥମ ଉପନ୍ୟାସ 'ଆନିର ରୋଷେଇଘର' ପୁସ୍ତକରେ ମଧ୍ୟ ସେ ନିଜର ଏହି ଶୈଳୀ ବଜାୟ ରଖିବେ ଏବଂ ତାଙ୍କ ହୃଦୟରୁ ବାହାରିଥିବା ଏଇ ଜୀବନ କାହାଣୀଟି ସମସ୍ତଙ୍କର ମନକୁ ଛୁଇଁବ ।