Librería Samer Atenea
Librería Aciertas (Toledo)
Kálamo Books
Librería Perelló (Valencia)
Librería Elías (Asturias)
Donde los libros
Librería Kolima (Madrid)
Librería Proteo (Málaga)
ସୌଭାଗ୍ୟ କୁମାର ମିଶ୍ର (୧୯୪୧) ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତା କ୍ଷେତ୍ରରେ ଜଣେ ବହୁ ପରିଚିତ ପ୍ରୟୋଗବାଦୀ କବି । ତାଙ୍କ କବିତାରେ ଆଧୁନିକ ସମସ୍ୟାବହୁଳ ସାମାଜିକ ଜୀବନର ଅସହାୟତା, ଆଶଙ୍କା, ଦ୍ୱନ୍ଦ୍ୱ ଓ ସଂଘର୍ଷର ଚିତ୍ର ଉତ୍କୀର୍ଣ୍ଣ । ରୋମାଣ୍ଟିକ୍ଧର୍ମୀ, ଭାବପ୍ରବଣତା, ବିଚ୍ଛିନ୍ନତାବୋଧ, ମୃତ୍ୟୁ ସମ୍ପର୍କୀୟ ଦାର୍ଶନିକ ଅବବୋଧ ଓ ଈଶ୍ୱରଚେତନା ତାଙ୍କ କବିତାର ମୁଖ୍ୟସ୍ୱର । ଭାଷା ପ୍ରୟୋଗରେ ପରିମିତତା ଏବଂ ବସ୍ତୁ ଉପସ୍ଥାପନାରେ ନାଟକୀୟତା ତାଙ୍କ କବିତାରେ ପ୍ରାଧାନ୍ୟ ଲାଭ କରିଛି । କବିତାରେ ମିଥ୍, ପ୍ରତୀକ ଓ ଚିତ୍ରକଳ୍ପ ବ୍ୟବହାରରେ ଓ ଅନ୍ୟାନ୍ୟ ଆଙ୍ଗିକଗତ ପରୀକ୍ଷା-ନିରୀକ୍ଷାରେ ସେ ବହୁ ସଫଳତାର ଅଧିକାରୀ । ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ ’ଆତ୍ମନେପଦୀ’, ’ମଧ୍ୟପଦଲୋପୀ’, ’ନଈ ପହଁରା’, ’ଅନ୍ଧ ମହୁମାଛି’, ’ବଜ୍ରଯାନ’, ’ଦ୍ୱା ସୁପର୍ଣ୍ଣା’, ’ମଣିକର୍ଣ୍ଣିକା’, ’ଅନ୍ୟତ୍ର’, ’ସଚରାଚର’, ’ଉଜ୍ଜୟିନୀ’ ଆଦି ଉଲ୍ଲେଖଯୋଗ୍ୟ । ସେ ’ଅନ୍ଧ ମହୁମାଛି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, ’ଦ୍ୱା ସୁପର୍ଣ୍ଣା’ ପାଇଁ ସାହିତ୍ୟ ଅକାଦେମୀ ଓ ଗଙ୍ଗାଧର ଜାତୀୟ ପୁରସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଲାଭ କରିଛନ୍ତି ।